STORYMIRROR

Bunee Tripathy

Others

4  

Bunee Tripathy

Others

ଧନ୍ଯ କାଶତଣ୍ଡି

ଧନ୍ଯ କାଶତଣ୍ଡି

1 min
321

ନଈପଠା ଆଜି ହସି ଉଠୁଅଛି

ମାଆ ଆଗମନ ପାଇଁ

ଅଶିଣ ଆସିଲା ଶୁସୋଭନ ହେଲା

କାଶତଣ୍ଡି ଫୁଲ ପାଇଁ।


ଧବଳ ଚଦର ପାରି ଦେଇଛନ୍ତି

ମାଆ ପାଦଚିହ୍ନ ପାଇଁ

ବରଷା ଧୋଉଛି ପ୍ରକୃତି ଅଗଣା

ସ୍ବଚ୍ଛ ନିରିମଳ ହୋଇ ।


କାଶତଣ୍ଡି ଫୁଲ ଫୁଟି ମହକୁଛି

ହସି ଉଠୁଅଛି ଧରା

ନଈପଠା କୂଳେ ସମୀରର ତାଳେ

ଖୁସି ମନେ ଝୁଲେ ପରା।


ମାଆ ଆଗମନ ବାଳତା ନେଇଣ

ଫୁଟିଅଛି ପରା ସିଏ

ପବନର ସାଥେ ସାଥି ହୋଇ ସିଏ

ଘରେଘରେ କହିଦିଏ।


କାଶତଣ୍ଡି ପାଇଁ ଗରବିଣୀ ନଈ

ହସିଉଠେ ପଠା ତାର

ଶୁଷ୍କ ନିରିମାଖି ପରି ଦିଶୁଥାଇ

ନଥିଲା ହସର ଫୁଲ।


ମା'ଦୁର୍ଗତିନାଶିନୀ ହେବେ ଅବତରି

ସୁଗନ୍ଧେ ଭରିବ ମହୀ

ଶଙ୍ଖ ହୁଳହୁଳି ବାଜିବ ଦୁର୍ନ୍ଦୁଭି

ଭକ୍ତୀରେ ଉଛୁଳେ ମହୀ।


ଧନ୍ଯ କାଶତଣ୍ଡି ଧନ୍ଯ ଅଟୁ ତୁହି

ଧରା ଧାମେ ଜନ୍ମ ନେଇ

ଶାନ୍ତିର ପ୍ରତୀକ ଶ୍ବେତ ପରିହିତ

ଯୁଗେ ଯୁଗେ ଥିବୁ ରହି।


Rate this content
Log in