STORYMIRROR

BISWESWAR MAJHI

Others

5.0  

BISWESWAR MAJHI

Others

ଧନତେରସ

ଧନତେରସ

1 min
26.5K


ଧନବୃଷ୍ଟି ହେବ ସୁନା ହୀରା କିଣି ନାମଟି ଧନତେରସ୍

ଧନ୍ୱନ୍ତରୀଙ୍କର ଜନମ ଦିବସ ଏକଥାଟି ଭାଇ ଖାସ୍ ।

କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ସେତ ଦୀପାବଳୀ ଆଦ୍ୟ ପର୍ବ

ଆୟୁର୍ବେଦ ଶାସ୍ତ୍ରୀ ଧନ୍ୱନ୍ତରୀ ସ୍ମୃତି ଭୁଲିଗଲେ ଆମେ ସର୍ବ ।

ବ୍ୟାପାରୀ କହିଲେ ମାନିଗଲୁ ଆମେ ଗହଣା ଦୋକାନେ ଭିଡ଼

ଟଙ୍କା ଦେଇ ସୁନା କିଣିବା କି ଲାଭ ସେଥିପାଇଁ ଏତେ ରଡ଼ ।

ଧନ୍ୱନ୍ତରୀ ତ୍ରୟୋଦଶୀ ଅପଭ୍ରଂଶ ବୋଲାଇ ଧନତେରସ

ସୁସ୍ଥ ନିରାମୟ ଜୀବନ ପାଇଁ କି କରିବା ଆମେ ପ୍ରୟାସ ।

ଦୀପାବଳୀ ପାଳୁ ଚାଇନା ଲିଚୁରେ ଚାଇନା ବାଣ ରୋଷଣୀ

କୁମ୍ଭକାର ଆମ ଜୀବିକା ହରାଏ ଚାଇନା ଜିନିଷ କିଣି ।

ପ୍ରାତରୁ ଗାଧୁଆ ମନ୍ଦିର ଦର୍ଶନ ନିରାମିଷଟି ଆହାର

ସୁସ୍ଥ ନିରାମୟ ଜୀବନର ଚାବି ଭୁଲି ହେଉ ହରବର ।

ଆପଣା ସଂସ୍କୃତି ମୁନି ଋଷି ଦାନ ବେଦୋପନିଷଦ ବାଣୀ

ବାଟବଣା ଆମେ ବିଦେଶୀ ସଭ୍ୟତା ଦେଖି ଚାକଚକ୍ୟ ଠାଣି ।

ପ୍ରଣାମ ଘେନହେ ପୂଜ୍ୟ ଧନ୍ୱନ୍ତରୀ ରଖିଥାଅ ସମଦୃଷ୍ଟି

ଭାରତ ଅତୀତେ ଜ୍ଞାନାଲୋକ ବାଣ୍ଟି ଯାଇଛି ସମଗ୍ର ସୃଷ୍ଟି ।

-ବିଶ୍ବେଶ୍ୱର ମାଝୀ-


এই বিষয়বস্তু রেট
প্রবেশ করুন