STORYMIRROR

subrat kumar jena

Others

3  

subrat kumar jena

Others

ଧନରେ ଗରିବ ମନରେ ନୁହଁ

ଧନରେ ଗରିବ ମନରେ ନୁହଁ

1 min
356

ହେବା ଯଦି ଆମେ ଧନରେ ଗରିବ

ସଂସାର କେବେ ଓଲଟି ଜିବ ନାହିଁ

ଧନ ବଦଳରେ ହେଲେ ମନରେ ଗରିବ

ସତରେ ଭାଇ ଏ ଦୁନିଆ ଚାଲିବ ନାହିଁ

କଥାରେ ଅଛି..........

ଜାତି ନନ୍ଦିଘୋଷ ଚାଲିବକି ଭାଇ

ସ୍ୱାର୍ଥକୁ ସାରଥୀ କଲେ

ଦୁନିଆର ବୋଝ ଟାଣିବକି ଭାଇ

ଘୋଡା ମୁହେଁ ଦାନା ବନ୍ଧା ଥିଲେ

ହୋଇ ଜାଅ ପଛେ ଶିକ୍ଷା ଦୀକ୍ଷାରେ ଗରିବ

କାହାର କିଛି ଅସୁବିଧା ହେବ ନାହିଁ

ଦେଶ ପ୍ରେମରେ ଯଦି ହେବାରେ ଗରିବ

ଆଉ ଦେଶ ପ୍ରେମୀ ଜନ୍ମିବେ ନାହିଁ

ଇଛା ଥିଲେ ପଛେ ଲକ୍ଷେ କୋଟିଏ

ଇଛାକୁ ଇଛାରେ କେବେ ମାର ନାହିଁ

ଇଚ୍ଛାକୁ ଆମର କରିବାକୁ ସଫଳ

କେବେ ଅନାୟ ବାଟକୁ ଯାଅ ନାହିଁ

କଥାରେ ଅଛି.........

ଥିଲେ ଥାଉ ପଛେ ଗୁଣ ହଜାର

ଭଲ କାମରେ ନ ଲାଗିଲେ ସବୁ ବେକାର

ଜନ୍ମନ୍ତି ସଭିଏଁ ଏଠି ଗରିବ ହୋଇ

ଭାଗ୍ୟ କର୍ମ ବଳେ ଯାଆନ୍ତି ଧନୀ ହୋଇ

ଧନୀ ଲାଗି ଯେପରି ତା ରାଜମହଲ ସବୁକିଛି

ଗରିବର ମାଟିର ବୁକୁରେ ମିଳେ ଜୀବନର ବହୁତ କିଛି

ନା ସଂଜ୍ଞା ଥାଏ ଗରିବ ପାଖରେ ଗରିବ ଶବ୍ଦର

ସେତ କେବଳ ବଂଚି ଚାଲେ ଖୁସିରେ ପ୍ରତିଟି ମୁହୂର୍ତର

ନା ଧନୀ ନା ଗରିବ ସବୁ ଏଠି ସମାନ

ଶେଷ ଜୀବନରେ ଜିବେ ସଭିଏଁ ଏକ ସମାନ

ନା କିଛି ଆଣି ଆସିଥିଲେ ଜନ୍ମ ସାଥିରେ

ନା କିଛି ନେଇଯିବେ ମୃତ୍ୟୁ ବେଳରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍