STORYMIRROR

Niranjan Sahu

Others

4  

Niranjan Sahu

Others

ଧନୀ ବି ମରିବ ଗରିବ ମରିବ

ଧନୀ ବି ମରିବ ଗରିବ ମରିବ

1 min
373

କା ପାଇଁ ଅଛି ଘିଅ ଅମୃତ         

କା ପାଇଁ ଅଛି ପଲୋଉ ଭାତ

କା ପାଇଁ ଅଛି ଡାଲମା ଭାତ

କା ପାଇଁ ଅଛି ଲୁଣ ମରିଚ,

    କିଏ କଣ ଖାଇ ବଞ୍ଚୁଛି

    ଯିଏ ଯାହା ଖାଉ ଯେମିତି ବି ଖାଉ

    ଭୋକ ଟା ସମାନ ହେଇଛି ।


କିଏ ରହୁଅଛି ରାଜମହଲରେ

କିଏ ରହୁଅଛି କୋଠା ବାଡ଼ି ଘରେ

କିଏ ରହୁଅଛି ଝାଟିମାଟି ଘରେ

କିଏ ରହୁଅଛି ଗଛରମୂଳରେ,

     ଜୀବନ ଟା ଅଟେ ସମାନ

ବଞ୍ଚିବା ଶୈଳୀ ଯେମିତି ବି ହେଉ

         ମରଣ ଟା ବି ସମାନ ।


ଗରିବ ଲୋକଙ୍କୁ ଘୃଣା କରିବନି

ନିଜେ ବଡ଼ ବୋଲି କେବେ ଭାବିବନି ,

          ଗରିବ ଦୟାକରିବ

          ଧନୀ ବି ମରିବ ଗରିବ ମରିବ

          ଏଇ କଥା ମନେରଖିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍