ଧନୀ ବି ମରିବ ଗରିବ ମରିବ
ଧନୀ ବି ମରିବ ଗରିବ ମରିବ
କା ପାଇଁ ଅଛି ଘିଅ ଅମୃତ
କା ପାଇଁ ଅଛି ପଲୋଉ ଭାତ
କା ପାଇଁ ଅଛି ଡାଲମା ଭାତ
କା ପାଇଁ ଅଛି ଲୁଣ ମରିଚ,
କିଏ କଣ ଖାଇ ବଞ୍ଚୁଛି
ଯିଏ ଯାହା ଖାଉ ଯେମିତି ବି ଖାଉ
ଭୋକ ଟା ସମାନ ହେଇଛି ।
କିଏ ରହୁଅଛି ରାଜମହଲରେ
କିଏ ରହୁଅଛି କୋଠା ବାଡ଼ି ଘରେ
କିଏ ରହୁଅଛି ଝାଟିମାଟି ଘରେ
କିଏ ରହୁଅଛି ଗଛରମୂଳରେ,
ଜୀବନ ଟା ଅଟେ ସମାନ
ବଞ୍ଚିବା ଶୈଳୀ ଯେମିତି ବି ହେଉ
ମରଣ ଟା ବି ସମାନ ।
ଗରିବ ଲୋକଙ୍କୁ ଘୃଣା କରିବନି
ନିଜେ ବଡ଼ ବୋଲି କେବେ ଭାବିବନି ,
ଗରିବ ଦୟାକରିବ
ଧନୀ ବି ମରିବ ଗରିବ ମରିବ
ଏଇ କଥା ମନେରଖିବ ।
