STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ଧନ

ଧନ

1 min
245


ଧନ ହୀନ ଜୀବନ ଟା ନାରଖାରେ ବିତେ

ନିଜ ର ପର ସମାନ ଅଚିହ୍ନା କି ସତେ

ତହୁଁ ହୀନ ତାତ୍ସଲ୍ୟତା ଚକ୍ଷୁରେ ସେ ଦେଖେ ।

ବନସ୍ତେ ସ୍ଵାପଦ ମେଳେ ରହିବା ନିରତେ

ଶ୍ରେୟ ଧନହୀନ ଜନ ବନ୍ଧୁଙ୍କ ସଙ୍ଗତେ

ତେଣୁ ଧନ ଅରଜନେ‌ ରହିବୁ ରେ ସୁଖେ  ।।


ଧନ ପାଇଁ ଇତିହାସ କହେ କଥା କେତେ

ଧନ ପାଇଁ କେତେ ପ୍ରାଣ ଦସ୍ୟୁ ଖଣ୍ଟ ହାତେ

ତୈମୁର,ମାମୁଦ ଦିନେ ଭୟଙ୍କର ରୂପେ ।

ଲୁଣ୍ଠନ କରି କଲେ ହତଶିରୀ କେତେ

ପରାମିଡ୍ ଆଉ ଗର୍ତ୍ତ, ଖୋଜିଗଲେ ଯେତେ

ଧନ ପାଇଁ ସିନା ହେଲା ୟେ ଅଭିନୟ ଏଥେ ।।


ଧନବଳେ ଅପଣ୍ଡିତ ପଣ୍ଡିତ ସଙ୍ଗତ ମିତ୍ର

ଅର୍ଜନ କରେ ଯାଇ ଲଭଇ ଆସନ ଶ୍ରେଷ୍ଠ

ଧନ ଗରିୟାନ କରି ମନୋବଳ ସୁସ୍ଥ ରଖେ ।

ସତ୍ୟ ପଥେ ରଖି ମନ ଧନଲକ୍ଷ୍ମୀ ଧ୍ୟାନ ମାତ୍ର

ଜୀବନ ସଂଘର୍ଷ ଯୁଦ୍ଧେ ଲଢି ଶିଖ ଲଢି ଶିଖ

ଧନାଢ୍ୟ ଜୀବନେ ଭୋଗେ

 ଦେଖ (ଭୋଗକର) ଜୀବନ କେମିତି ଲାଗେ ।।


Rate this content
Log in