ଧନ ଓ ଧର୍ମ
ଧନ ଓ ଧର୍ମ
1 min
160
ଧର୍ମ ପଥେ ସର୍ବେ ଚାଲ ବନ୍ଧୁଗଣ
ସାହା ହେବେ ଭଗବାନ
ଧନ ଲୋଭେ କେହି ଅନ୍ୟାୟ ଅନୀତି
କର ନାହିଁ ବାଇମନ
ଦାନ ଧର୍ମରେ ହେ ସଦା ରଖ ମନ
ଦିଅ ଅନ୍ନ ବସ୍ତ୍ର ଦାନ
ସାଧୁ ସନ୍ଥ ସେବା ପାଇଁ ଏ ଜୀବନ
ଦେଇ ଦିଅ ବଳିଦାନ
ଦୁର୍ଲ୍ଲଭ ଜୀବନ ଅଟେ ପରା ଏଇ
ଆମରି ମଣିଷ ଜନ୍ମ
ମଣିଷ ହୋଇକି କିପାଇଁ କରିବା
ପଶୁ ଠାରୁ ହୀନ କର୍ମ
