STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଧନ ଓ ଧର୍ମ

ଧନ ଓ ଧର୍ମ

1 min
149

ଧର୍ମ ବଳୁ ଭାଇ ଜାଣ

 ଧନର ଅର୍ଜନ 

ସେହୁ ଧନେ କରିବାରେ

 ଜନତା କଲ୍ୟାଣ।


ଜ୍ଞାନ କର୍ମ ବଳୁ ପରା

 ଲକ୍ଷ୍ମୀ ଆଗମନ 

ଧର୍ମ କାର୍ଯ୍ୟେ ଲାଗୁ ଧନ

 ସ୍ୱାର୍ଥ ହେଉ ଶୂନ୍ୟ।


ଜଗା ଭକ୍ତି ନିରନ୍ତର

 ମନ୍ତ୍ର ସମଭାବ 

ସତ୍ୟ ଅହିଂସାର ମନ୍ତ୍ର

 ଭକ୍ତି ପ୍ରେମଭାବ।


ଅଛି ଧନ ଆଜି ପରା

 ଥିବ କାଲି ନାହିଁ 

ଧନ ଥିଲେ ଧର୍ମ କାର୍ଯ୍ୟ

 କର୍ତ୍ତବ୍ୟଟି ତହିଁ।


ଦିନ ପରେ ରାତ୍ରି ହୁଏ

 ଦୁଃଖ ପରେ ସୁଖ 

କର୍ମ ଜ୍ଞାନ କର୍ତ୍ତବ୍ୟରେ

 କରି ଆଗେ ରଖ।


ମନୁଷ୍ୟ ଜୀବନ ଅଟେ

 କର୍ତ୍ତବ୍ୟେ ଜଡ଼ିତ

ବିଭୁକାର୍ଯ୍ୟ କର ସଦା

 ହୋଇ ସମର୍ପିତ।


ଧର୍ମ କାର୍ଯ୍ୟେ ଜନ ହିତେ

 ଧନ ଲାଗୁ ଭାଇ 

ସୁଯୋଗ ଆସିଛି ପରା

 ବିଭୁ କାର୍ଯ୍ୟେ ଭାଇ।


ରହି କର କର୍ତ୍ତବ୍ୟରେ

 ରାଷ୍ଟ୍ରର ନିର୍ମାଣ 

ହୁଅ ଆତ୍ମନିର୍ଭରଟି 

 କର୍ତ୍ତବ୍ୟେ ରହିଣ।


ନିରନ୍ତରେ ଭକ୍ତି ରହୁ

 ପ୍ରଭୁ ଜଗନ୍ନାଥ 

କୃଷ୍ଣ ରାମ ଗୁଞ୍ଜୁ ଥାଉ

 ହୃଦେ ଅବିରତ।


ଧନ ଓ ସମ୍ପତ୍ତି ଲାଗୁ  

 ଜନ ଜନ ପାଇଁ 

କର ଶକ୍ତିଶାଳୀ ରାଷ୍ଟ୍ର

 ବିଭୁକାର୍ଯ୍ୟ ପାଇଁ।


ଯାହା କିଛି ଘଟୁଅଛି 

 ଜୀବନ ଯାତ୍ରାରେ 

ତହିଁ ସୃଷ୍ଟି ପ୍ରଭୁଙ୍କର 

 ସୃଷ୍ଟିର କାର୍ଯ୍ୟରେ।


ନହୋଇ ନିରାଶ କର

 କାଳିଆ ସ୍ମରଣ 

ଅର୍ଜି ଥିବା ଧନ ଲାଗୁ

 ଉପକାରେ ଜାଣ।


ପର ଉପକାର ପରା

 ଧର୍ମରେ ତହର 

ପର ଉପକାରେ କର

 କର୍ତ୍ତବ୍ୟ ନିଜର।


ପ୍ରଭୁ ଭକ୍ତି ରହୁ ନିତ୍ୟେ

 କର୍ତ୍ତବ୍ୟର ପଥେ 

ପ୍ରେମ ଶ୍ରଦ୍ଧା ତ୍ୟାଗ ଶକ୍ତି

 ନିଃସ୍ୱାର୍ଥର ପଥ।



రచనకు రేటింగ్ ఇవ్వండి
లాగిన్