ଧାର୍ମିକ ନା ଅଧର୍ମୀ
ଧାର୍ମିକ ନା ଅଧର୍ମୀ
1 min
240
ମୁଖ ନିସୃତଃ କବି – ସନ୍ଥ କବୀର ଦାସ
ଅନୁବାଦ - Dr Subas Chandra Rout
ଧାର୍ମିକ ନୁହେଁ, ନା ମୁଁ ଅଧର୍ମୀ, ସାଧୁ ନୁହେଁ ବା ମୁଁ କାମୀ,
କହେ ନାହିଁ ମୁଁ, ଶୁଣେ ବି ନାହିଁ, ନୁହେଁ ସେବକ ବା ସ୍ୱାମୀ ।
ନୁହେଁ ମୁଁ ବନ୍ଧା, ନୁହେଁ ମୁଁ ମୁକ୍ତ, ନୁହେଁ ସୁଖୀ ବା ଦୁଃଖିତ,
କାହାଠାରୁ ମୁଁ ନିଆରା ନୁହେଁ, ନୁହେଁ କାହା ଅନୁରକ୍ତ ।
ନରକ ଯାତ୍ରା କରେ ନାହିଁ ମୁଁ, କରେ ନା ସ୍ୱର୍ଗକୁ ଯାତ୍ରା,
ସଭିଙ୍କ କର୍ମ ମୋ ନିଜ କର୍ମ, କର୍ମ ଠାରୁ ବି ନିଆରା ।
ବିରଳ କେହି ଏ ମତ ବୁଝେ, ଅଟଳ ଯେ ବସିଥାଏ,
କବୀର ଥାପେନି କାହା ଉପରେ, କାହା ମତ ନା ମିଟାଏ ।
