STORYMIRROR

Smrutirekha Acharya

Others

3  

Smrutirekha Acharya

Others

ଧାରା ଶ୍ରାବଣ

ଧାରା ଶ୍ରାବଣ

1 min
394

ବୈଶାଖର ତାତି ଉଷ୍ମପୂର୍ଣ୍ଣ ରାତି

ଶୀତଳ ର ସ୍ପର୍ଶ ପରେ

ଅନୁଭବୀ ସୁଖୀ

ଶ୍ରାବଣର ବର୍ଷା ଧାରେ

ହୁଏ ଆନନ୍ଦିତ

ଦେଖି ତାଣ୍ଡବ ଜଳର

ବୃକ୍ଷ ପ୍ରସ୍ଫୁଟିତ ତରୁ କଲ୍ଲୋଳିତ

ସାକ୍ଷୀ ଧରଣୀ ଆମର

ଜଳେ ପରିପୂର୍ଣ୍ଣ ପୁଷ୍କରିଣୀ ଦେଖି

ରବି ହୁଅନ୍ତି ଆକୃଷ୍ଟ

ସ୍ବର୍ଣ୍ଣ ସମ ବର୍ଣ୍ଣ ବିଛେଇ ସେ ବ୍ରହ୍ମ

କରନ୍ତି ଉଜ୍ଜଳ ପୃଷ୍ଟ

କାନ୍ଧରେ ବାଉଁଙ୍ଗୀ ମୁଣ୍ଡରେ ପଗଡି ବାନ୍ଧି

କାଉଡିଆ ଭାଇ

ଚାଲେ ଖାଲି ପାଦେ ଜଳ କଳସି ଆଣି

ପ୍ରଭୁ ଆଶିଷ ଲାଗି

କ୍ଷେତେ ଚଷା ଭାଇ ହାତେ ଲଙ୍ଗଳ ଧରି

ପୁରିବାକୁ ସାରା ଦୁନିଆ ଅନ୍ନ ଥାଳି

କରିଯାଏ ସେତ ଅକ୍ଲାନ୍ତ ପରିଶ୍ରମ

ଖରା ବର୍ଷା ଶୀତ କାକର ଖାଇ

ଗାଁ ଗାଡ଼ିଆ ରେ କଉ ମାଛ ଖେଳେ

ମାଟିର ବାସ୍ନା ରେ ପେଟ ପୂରିଯାଏ

ଶାନ୍ତ ଆକାଶ ହୁଏ ଚକିତ

ଦେଖି ବିଜୁଳି ବଜ୍ର ପାତ

ଗରିବ ର ମନେ ଭୟ ଖେଳିଯାଏ

ମାଟିଘର ତାର ଜଳେ ଜୁଡୁବୁଡୁ

ଚାଳ କଣା ପଟେ ପାଣି ପଶି ହୁଏ ମାଟି କାଦୁଅ ପୁଚୁପୁଚୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍