STORYMIRROR

Kulamani Sarangi

Others

3  

Kulamani Sarangi

Others

ଧାରା ଶିରାବଣ ଦେଖ୍ ମନୁଆଁ(ପଲ୍ଲୀ)

ଧାରା ଶିରାବଣ ଦେଖ୍ ମନୁଆଁ(ପଲ୍ଲୀ)

1 min
8.9K


ଧାରା ଶିରାବଣ ଦେଖ୍ ମନୁଆଁ,

ଆକାଶରେ ମେଘ କଳାହାଣ୍ଡିଆ।

ଗିଦି ଗିଦି ହେଇ ପଡୁଚି ପାଣି,

ଗାଁ ଦାଣ୍ଡ ହେଲାଣି ଆଣ୍ଠୁଆଣୀ।

ମାଇଲା ବଜର ଫାଟିଲା ଘର,

ଫେନ,ଟିବି ହେଲା ଛିନିଛତର।

ନଡିଆ ଗଛର ମୁଣ୍ଡ ଉଡିଲା,

ଦେଖ୍ ଧୁ ଧୁ ନିଆଁ ଜଳିଲା।

ଚେଙ୍ଗ ନାନୀ ଗଲା ପିଣ୍ଡାରୁ ପଡି,

ଟେବୁଲୁ ଫେନ ପଡିଲା ଗଡି,

ତାବେଦା ହେଲା ଲୋ ମୋ କାନ ମୁଣ୍ଡ,

କବାଟ କିଳିଦେ ପେତିନୀ ଆଣ୍ଡ।

ଲସର ପସର ଧାଇଁଚି ଚଷା,

ହଳନେଇ,କରିବାକୁ ବେଉଷା।

ସାବଧାନ ଥିବୁ ଦନେଇ ଭାଇ,

ବଜର ଘାତରେ ମରିଚି ଗାଈ।

ଶାଗୁଆ ଗାଲିଚା ଧାନ କିଆରୀ,

ପାଣିରେ ଡିଅଁନ୍ତି ମୀନ ସଫରୀ।

ମହାନଦୀ ହେଲା ଦି'କୁଳିଆ,

କେଉଟ ଧାଇଁଲା ଧରି କାତିଆ।

ଉବୁଟୁବୁ ହେଲା କୁସୁମୀ ନଈ,

ଫେଣ ଭାସିଆସେ ଦି'କୁଳ ଖାଇ।

ତୁଠରେ ଗାଧାଏ କେଉଟ ଝୁଅ,

ପାଉଁଜି ଖୋଜୁଚି ବାହ୍ମୁଣ ପୁଅ।

ନଈ ବନ୍ଧ ବାଟ ପଚପଚିଆ,

ତହିଁରେ ଚାଲନ୍ତି ତିନି ଭେଣ୍ଡିଆ।

ନାକେ ନୁଗା ଦେଇ ଯା'ରେ ଭାଇ,

ବାଟେରେ ହଗୁଚି ପାଣୁ ଦଦେଇ।

ବରଷା ପିଟିଲେ କରିବୁ କ'ଣ?

ଝାମ୍ପି ଦେଖିବାକୂ ସାତ ସପନ।

ପାଣିରେ ଭିଜିଲୁ ହେଲା ନସମା,

ନାଲି'ଚା ଟିକେ ପିଇଦେ ଦାମା।

ହୁଡା ବିରି ଯୋଡେ ନଗାରେ ଆଣି,

ବିହନ ରଖିଚି ଛୋଟୀ ପାଲୁଣୀ।

କଲରା ଦି'ବୁଦା ବାଇରେ ଲଗା,

ଶୁଭୁଚି ନା ନାଇଁ ତତେରେ ଜଗା?

ଖାତିଆ ହେଲାଣି ପାଣିରେ ଭରା,

ଯାଆଁଳ ଦିମୁଠା ଛା'ଡେ ଗଉରା

କଣ୍ଟା ଦି'ଡାଳେ ପକେଇ ଥବୁ,

ତା'ହେଲେ ଦିଅଣ୍ଡା ମାଛ ଖାଇବୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍