STORYMIRROR

Eli Mohanty

Others

2  

Eli Mohanty

Others

ଧ୍ୱଜାବତରଣ

ଧ୍ୱଜାବତରଣ

1 min
13.7K


ସେ ହାଟକୁ ଯାଇଥିଲା ସଉଦା କରି

ସେ କଣ ଜାଣିଥିଲା

ନିଜେ ସଉଦା ହୋଇଯିବ ବୋଲି

ତା' ସହ ଯାହା ଘଟିଲା

ଆଉ ପାଂଚ/ ପଚାଶ ଜଣଂକ ସହ ଘଟିଥିବ

ସେ ହିଁ ପାଟି ଫିଟେଇଲା

ପାଟି ଫିଟେଇଲା ତ ରକ୍ତ ବାନ୍ତି !

ଡାକ୍ତର କହିଲେ ,

ମୁହଁରେ ଅଳତା ପାଣି ଭରି

ନାଟ ଦେଖଉଛି

ତା ' ଚଉପାଶେ ଏ କି ନାଟ

ଚାଲିଛି ?

ଘୁରେଇ ଦଉଥିଲା ମୁଣ୍ଡ

ପାଦ ତଳେ ଦବିଦବି ଯାଉଥିଲା ମାଟି

ବ୍ୟବସ୍ଥାର ଦୋ' ନମ୍ବରୀ ନାଇଲନ ଜାଲରେ ଛଂଦି ହୋଇ

ସେ ଏକା ଏକା ଲଢୁଥିଲା

ଅଣନିଶ୍ବାସୀ !!

ପାଗଳ ନହେଇ ବି

ଥୋକେ ତାକୁ କହିଲେ ପାଗଳ !

ହାଟରୁ ଫେରିବା ବାଟରେ

ତା' ସହ ଯାହା ଯାହା ଘଟିଛି

ସବୁ ଡାହା ମିଛ

ତା' ଚଉପାଶରେ କେତେ ପ୍ରଶ୍ନ

କେତେ ପରୀକ୍ଷା

ସେମାନେ କେତେଜଣ ଥିଲେ

ତମ ସହିତ କଣ କଲେ

ପହିଲା କିଏ ତମ ହାତ ଧରିଲା ନା ଗୋଡ ?

କିଏ ଚିରିଲା ପୋଷାକ

ଫାଳ ଫାଳ

ସେମାନେ ତ ମୂଖା ପିଂଧିଥିଲେ

ତାଂକୁ ଚିହ୍ନିଛ ?

ସୁବର୍ଣ ବିନ୍ଦୁରୁ ଓଟାରି ନିଆଗଲା ଗୋଟେ କେଶ

ଏବେ ସ୍ୱର୍ଣ୍ଣାଭ କିରଣରେ ଉଜ୍ଜ୍ୱଳ

ତାର ମୁହଁ

ପ୍ରଶ୍ନବାଚୀ ଭଳି ଚିବୁକରେ ଲାଖି ରହିଛି

ଅରାଏ ସୁନା ରଂଗର ବାଳ

ବଂଦ ତାର ନିଶ୍ବାସ ପ୍ରଶ୍ବାସ !

ଏକା ଏକା ଲଢିଲା ବେଳେ

କେଉଁଠି ଥିଲେ ଏ ଧ୍ୱଜାଧାରୀ

ସଂଜୟଂକ ବଂଶଧର

ଶବଦ ବଣିକ !!

ଏବେ ଦେଖ

ଦଳୀୟ ପତକା ତଳେ

ତା'ର ଛବି

ଛପନ ଇଂଚ ଏଲ.ସି.ଡିରେ

ବ୍ଲର ମୁଁହ ଓ ଧ୍ୱଜାଧାରୀଂକ ବୟାନବାଜି !

ରାତି ସାରା ସୋସିଆଲ ମିଡିଆରେ ରାଶି ରାଶି କବିତା ଲେଖୁ୍ଛି କବି !!

ହାଟରୁ ସଉଦା ଆଣିବାକୁ ଯାଇ

ସେ ସଉଦା ହେଇଯାଇଛି

ଦେଶର ତ୍ରିରଂଗା ତଳେ ପଣ୍ୟ ହୋଇଛି ତା'ର ପୀଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍