ଦେଲି ମୁ ଧୋକା...
ଦେଲି ମୁ ଧୋକା...
ଜୀବନ ର ସୂତା ରେ ଗଣ୍ଠି ବାନ୍ଧି ତ ଦେଲୁ
ଜନ୍ମ ଜନ୍ମ ର ସାଥି ହେବୁ ବୋଲି କହିଲୁ
ମୃତ୍ୟୁ କୁ ହସିକି ଆଡେଇ ଦେଲୁ
କିଛି ହେଇନାଇ ଲୋ ଧନ ବୋଲି ସିନା କହିଦେଲୁ..
ହେଲେ ଆଜି..
ଆଜି ଅବିଶ୍ଵାସ ସନ୍ଦେହ ରେ ଯାଏ ଗଣ୍ଠି ହୁଗୁଳି
ହୃଦୟ ଅଭିମାନେ ମାନେ ଯାଏ କୁହୁଳି,
କେତେ ଯେ କହିବୁ ମିଛ ମୋତେ କହ
ଜୀବନ ତ ତ ତୋ ବିନା ଦୁର୍ବିସହ,
ପିଲା ଦିନ କାଇଁ ମନେପଡେ କରି ଆନ୍ଦୋଳିତ
ବେଳେ ବେଳେ କାହିଁ ତୁ ପଶି ଆସୁ କରି ବିମୋହିତ..
ତୋର ଶ୍ରଦ୍ଧା ସ୍ପର୍ଶରେ ବଂଚି ରହିଛି
ସବୁ ଜାଣି ବି ତତେ ଅପେକ୍ଷା କରିଛି,
ହେଇ ଯା ଲୋ ମୋ ଆଖିର କଜଳ
ନ ଯିବୁ ବୋହି ଲୁହ ରେ ହେଇକି ଭୋଳ,
ଜୀବନେ ତ ପ୍ରେମ ସବୁ ତୋହରି
ନାମେ ସଜାଇ ରଖିଛି କରି ଗଳାମାଳି,
ସନ୍ଦେହ ରେ ଛିଣ୍ଡି ଗଲା ମୋର ସେଇ ଗଳାମାଳି
ସ୍ନେହ ର ମୋତି ସବୁ ଛିଣ୍ଡି ଛିଣ୍ଡି ଗଲା ଗଳି
ଟିକେ ଅବିଶ୍ଵାସ ରେ କରିଦେଲୁ ତୁ ମୋତେ ବୋକା
ଚିର ବନ୍ଧୁତ୍ଵ କୁ ଦେଇଦେଲୁ ଝଟକା,
ବିଶ୍ଵାସ ତ ହୁଏ ନାଇଁ ସତେ କି ବା ଲାଗିଲା ନଜର
ଜୀବନ ର ରୋଳ ରେ ହେଇ ଯାଏ ମୁ ଅଧୀର..
ହେ ଜୀବନ ହେ ଜୀବନ ଡାକୁଥାଏ କେତେ ଯେ
ସତେ କି ନ ଲାଗେ ଦେଇଦେଲୁ ଧୋକା ମୋତେ ଯେ,
ବନ୍ଧୁତ୍ଵ ର ପରିଭାଷା ନ ବୁଝିଲୁ କେବେ
ଅନ୍ୟର କଥା କୁ ସତ ମାନି ହରେଇଦେଲୁ ମୋତେ,
ଅବିଶ୍ଵାସ ଓ ସନ୍ଦେହ ରେ ଦେଲୁ ମୋତେ ଧୋକା
ଥରେ ନ ଭାବିଲୁ କେତେ ଯେ ନ ଲାଗିବ ଝଟକା,
କେତେ ସହ ଘାତ ପ୍ରତିଘାତ ସହି ଧରି ଚାଲିଥିଲି ତୋରି ହାତ
ମନେ ତ ନ ଥିଲା ଆମ ଛନ୍ଦ କପଟ,
କୁଟ କପଟ ସବୁ ଥିଲା ଦୂରେ
ହେଲେ ଆଜି ସେ ସବୁ ଲାଗେ ସପନ ରେ,
ସତ୍ୟତା ନ ଜାଣି ତୁ କହିଦେଲୁ ମୋତେ
ଦେଲି ମୁ ଧୋକା..
ଦେଲି ମୁ ଧୋକା..
ସହି ତ ପାରୁନି ଏ ଝଟକା..
ଆଜି ବି ଭାଳି ହୁଏ କି ଥିଲା ଦୋଷ ମୋହର
ସହି ପାରୁନାହିଁ ଏ ଧୋକାର ଜହର,
ସ୍ନେହ ରେ ବାନ୍ଧି ତ ରଖିଥିଲି ଯତ୍ନରେ
କିଏ ସେ ଆଣିଲା କଳଙ୍କ ଏ ସ୍ନେହ ରେ,
ସତେ କି ମୁ ଦେଲି ଧୋକା
ନା ତୁ ଦେଲୁ ଧୋକା କରି ମୋତେ ବୋକା...
ସନ୍ଦେହ ତ ତୁ କରିଲୁ ଅବିଶ୍ଵାସ ବି ତୁ
ମିଛ ବି କହିଦେଲୁ ସମ୍ପର୍କ ରେ କଳଙ୍କ ଲଗେଇ ଦେଲୁ
ଆଜି କହିଦେଲୁ ସବୁଠି ମୁ ଧୋକା
ସତେ କି ମୁ ଥିଲି ବୋକା ସହି ସେଇ ଝଟକା...
ନୀରବରେ ଲୁହ ଢାଳି ଢାଳି ପିଇ ଦେଇ ସବୁ କୋହ
ମାନିନେଲି ଏବେ ମୁ ତୋ ମିଛେ କୁ ଏବେ ଖୁସି ତ କହ
ହଁ ମୁ ଦେଲି ଧୋକା ମିଛେ କହିବୁଲେ
ସନ୍ଦେହ ର ଚାହାଣୀ ଘୃଣା ର କାହାଣୀ ମୋ ଉପରେ ଚାଲେ..
ହଁ ଦେଲି ମୁ ଧୋକା
ତ..
ସହି ନେଇ ସେ ଝଟକା...
ଦେଲି ମୁ ଧୋକା..
ଆଜି ଦୁନିଆ ରେ ତ ନେତା ସବୁ କିଣି ନିଅନ୍ତି ଭୋଟ
ଦେଇ ପିଙ୍କ ପିଙ୍କ ନୋଟ
ତେବେ କଣ ନୁହଁ ସେ ଧୋକା ..
ପ୍ରେମ ରେ ତ ଥିଲେ ମସଗୁଲ
ଆଜି ତ ପଇସା ଦେଇ ନ ପାରିଲେ ସବୁ ପ୍ରେମ ହେଇଯାଏ ଗୋଲ
ତେବେ କଣ ନୁହଁ ସେଇ ଧୋକା..
ଏତେ ବଡ଼ ଦେଶେ ଦୁର୍ନୀତି କରେ ଵିରାଜ
ଦୁର୍ନୀତି ର ଜହର ରେ ସତ୍ୟ ହୁଏ ହତାଶ..
ତେବେ କିଏ ଦିଏ ଧୋକା..
ହଁ ରେ ଆଜି ସିନା ମୁ ଦେଲି ଧୋକା
ଦେଶସେବା ନାଁ ରେ ନେତା ଦିଏ ଝଟକା..
ମିଛ ଭ୍ରଷ୍ଟାଚାରେ ଚାଲିଛି ଏଇ ଦୁନିଆ
କରି କରାଉ ଥାଏ ସମସ୍ତିଙ୍କି ବୋକା...
ଧୋକା...ଦେଲି ମୁ ପରା ଧୋକା
ସତ୍ୟ ପ୍ରେମ ରେ ହି ପାଇଲି ଝଟକା..
ଦେଲି ମୁ ଧୋକା ...
ସ୍ମିତା ତ୍ରିପାଠୀ
ଖଲାରୀ ଅନୁଗୁଳ
