STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଦେଖୁଛି ଚକ୍ଷୁରେ ପାର୍ଥିବ ଜଗତ

ଦେଖୁଛି ଚକ୍ଷୁରେ ପାର୍ଥିବ ଜଗତ

1 min
312


ଦେଖୁଛି ଚକ୍ଷୁରେ ପାର୍ଥିବ ଜଗତ

ଦେଖୁନାହିଁ ପରାକୃତ

କିଏବା ସଂସ୍କୃତ କିଏବା ପ୍ରାକୃତ

ପରାକାଷ୍ଠା ପରାକ୍ରାନ୍ତ।


ଦେଖିବାକୁ ଚେଷ୍ଟା ତୋର ଜ୍ୟୋତି ରୁପ

ଦେଖୁଛି ମଧ୍ୟେ ପ୍ରଦୀପ

ଶୁଣିବାକୁ କଥା ରଖିଛି ମୋ ମଥା

ହେଉଥିଲେ ନାମାଳପ


ପ୍ରଣବ ଆଳାପ ରସନାରେ ଭରି

ହେଉଥିବି ଆନ୍ଦୋଳିତ

ତୋର ଦିବ୍ୟ ଗନ୍ଧ ହେବି ଅନୁରକ୍ତ

ଭାବ କରି ଦିଗୁଣିତ


ଚର୍ମ ଚାହେଁ ଚ୍ୟୁତ ଇନ୍ଦ୍ରିୟର ସୁଖ

ବିମୁଗ୍ଧ ବିଧୁ ପରଶ

ରଖିଥିବି ମନ ପୁରୀ ବୃନ୍ଦାବନ

ପାଇ ତୋ ରସ ପୀୟୁଷ


ହେବୁକି ହୃଦୟେ ପ୍ରକଟିତ କେବେ

ଚେତନା ଚୈତନ୍ୟ କରି

ହୃଦୟରେ ବାନ୍ଧି ଧରି ରଖିଥିବି

ନେଉଥିବି ନାମ ହରି


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍