STORYMIRROR

Amaresh Kumar Hanuman

Others

4  

Amaresh Kumar Hanuman

Others

ଦେଖ ବିନୟ କେଡେ ମାନବୀୟ

ଦେଖ ବିନୟ କେଡେ ମାନବୀୟ

1 min
568

ମନେପଡେ ଶ୍ରେଣୀଗୃହ, ସେ ମୋ ବିଦ୍ୟାଳୟ ;

ଶେଷ ବେଞ୍ଚରେ ବସୁଥିବା, ସେ ସାଙ୍ଗ ବିନୟ ;

ଲୁଚେ ସଦା ନଜାଣୁ, ଶିକ୍ଷକ ତା' ପରିଚୟ ;

ହେଲେ ଥିଲା ସାଙ୍ଗ, ସିଏ ବଡ ହୃଦୟ l (1)


ପଢ଼ାଠୁ ଅଧିକ ତା'ର, ଖେଳରେ ଥାଏ ଲୟ ;

ଡର ମାଡ଼େ ଆସେ ଯେବେ, ପାଠ ଗଣିତ ବିଷୟ ;

ପରୀକ୍ଷାରେ ଆସେ ଯେବେ, ନମ୍ବର ଶୋଚନୀୟ ;

ଭାବେ ତେବେ ଭଲ ହେବ, ଆଗ ପାଳିକୁ ନିଶ୍ଚୟ l (2)


ପହଞ୍ଚିଲା ଆସି ବାର୍ଷିକ, ମହୋତ୍ସବ ସମୟ ;

ଆସିଥିଲେ ଅତିଥି, ମୁଖ୍ୟମନ୍ତ୍ରୀ ମହୋଦୟ ;

କିଏ କରିବ ନାଚ ତ କିଏ, କରିବ ଅଭିନୟ ;

ବିନୟ ପାଇଲା ଖେଳରେ, ପୁରସ୍କାର ଦ୍ବିତୀୟ l (3)


ପୁରସ୍କୃତ ରାଶି ଦେଲା ଅତିଥିଙ୍କ, ପାଣ୍ଠିରେ ଦେୟ ;

ଦେଖି ଆଶ୍ଚର୍ଯ୍ୟ ଅତିଥି, ହେଲେ ତା' ପ୍ରତି ସଦୟ ;

'ଶିକ୍ଷା' ମାନେ 'ତ୍ୟାଗ' ଭାଷଣେ, କହିଲେ ମହୋଦୟ ;

ବିନୟର ପ୍ରଶଂସା କରି, ନେଲେ ସଭାରୁ ବିଦାୟ l (4)


ଶିଖିଲେ ସବୁପିଲା ଦେଖି, ବିନୟର ବିଜୟ

ଯୋଡ଼ିଲେ ସଭିଏଁ ଶିକ୍ଷାରେ, ଏକ ନୂଆଁ ଅଧ୍ୟାୟ ;

ବାଛିବେନି କିଏ ଜାତୀୟ, ଆଉ କିଏ ବିଜାତୀୟ ;

ସର୍ବ ପ୍ରଥମେ ଶିଖୁ ଆମେ, "କ'ଣ ମାନବୀୟ" l (5)


ଦୂର ଭାଷ : 9861520134


Rate this content
Log in