STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ଦେକାରେ ଦେକାରେ

ଦେକାରେ ଦେକାରେ

1 min
141

ଦେକାରେ ଦେକା ଝୋକ୍ରୋଝୋକା

ଅସଲି ଧାଙ୍ଗଡି ମୋନକେ,

ନୋରଙ୍ଗପୁରର ଦେଶିଆ ଭାଷା

କତା ହେଉ ଘଡି ଛୋନକେ,

ବୁଡାୟ ଦେଲାସ ପିନ୍ଧା ଓଡ଼ା ସବୁ,

ଗୋଡ଼ର ପଏଂରି କେନେ କାଁନେ

ଖଞ୍ଜାଲୁଲି ନାକେ ମାରାଡ଼ଣ୍ଡି

ଦେକା କେଡେ ମଜା ମାନେ,

ଆଡ଼କିଗାତି କେ ବାକଟି ଖୋସା

ଝଲମଲି ଚକା ଜନକେ ।

ହୈ କେନେ ଗଲା ସତେ

ଗାତି ମାରାନି

କେନେ ଗଲା,ଖଞ୍ଜା ଲୁଲି

ମୋଦୀ ବାବୁ ଏବେ ଗିଆସ ଦେଲା

କେନେଗଲା ଖରସି ଚୁଲି ।

ବାଇଙ୍ଗନ ଅମଟ,ଘୁଲି କକଡା

ସେଲାରୀ ସାଗର ଭଜା

କେନେଗଲା ସତେ, ମୁନିଙ୍ଗା ଡାଲ୍

ଚିପଡା ଚାଟି,ର ସିଜା

ଚଇତ ପରବ ସଂଜର ବେଲେ

ଗାଁ ଡାଣ୍ଡେ କରି ସବା

ସାଇଲଡି ସଂଗେ,ଭାଲୁ ମାତାନି

ଚିମଟା କୋଉନି ଗୁବା

ଝିଲିକି ଝିପା,ସାଡ଼ି ପିନଦାନୀ

ଗୋଡରେ ପଉଁରୀ କେନେ

ଏବର ଧନଗଡି, ସେବର ଧନ୍ଗିଡ଼ି

ହେଜି ଦେକା ବାବୁମାନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍