STORYMIRROR

Shiba Charan Mahapatra

Others

2  

Shiba Charan Mahapatra

Others

ଦେହାବରଣ ମନ

ଦେହାବରଣ ମନ

1 min
822



ଏଇ

ଆଉ ଟିକିଏ ତେଜି ଦିଅନା..

ତୁମ ଦରଲିଭା ଶରୀରର ଲାଲ୍ ବତୀ..

ମୁଁ ଭଲକରି ମାପିନିଏ

ତୁମ ପ୍ରେମର ପରିସୀମା

ମୋ ଦେହର ପରିମିତି..

ନିତିଦିିନ ଆସୁଛ

କେବେ ରଜନୀଗନ୍ଧା ବାସ୍ନାରେ..

କେବେ ମଲ୍ଲୀ ଫୁଲ ମହକରେ..

ଆଉ କେବେ ତ

ମଦ-ମାଂସର ନିଶାସକ୍ତ ଗନ୍ଧରେ..

ତଥାପି ମୁଁ ହସିଦିଏ

ବହଳ ଲାଲ୍ ରଙ୍ଗ ଦିଆ

ଭେଜାଲ ହସ ଟେ..

ମୋ ହସର ନିଆଁ ଝଲକରେ

ତୁମେ ଜଳିବାକୁ ପତଙ୍ଗ ସାଜି ଯାଅ

ପୁଣି କେବେ..

ଦେବରାଜରୁ ମହର୍ଷି ଗୌତମ..

ଆଉ

ଶାଗୁଣା ହେଇ ଖୁଣ୍ଟି ଚାଲ

ସବୁକିଛି..

ପତ୍ର-ଡାଳ-ପାଖୁଡା-ଫୁଲ..

ହେଲେ ମୁଁ...??

ପ୍ରେମର ଗୂଢ ରହସ୍ୟ

କେବେ ବି ପାଏନା..

ଏବେ ଖାଲି

ପାଷାଣୀର ମନ ନେଇ

ପାଷାଣ ସହରର ପାଷାଣ ଗଳିରେ

ପ୍ରଭୁ ପଦରେଣୁ କୁ ପ୍ରତୀକ୍ଷା...


×-×-×-×-×-×-×-×-×

ଶିବ ଚରଣ ମହାପାତ୍ର

ଚକ୍ରଧରପୁର କେନ୍ଦୁଝର


Rate this content
Log in