ଦେହ
ଦେହ
1 min
236
ଦେହ ...
କାହା ପାଇଁ ଜାତି ଜାତିକା
କନାତଳେ ଢାଙ୍କି ହେଇଥିବା
ଉଷୁମ୍ ଉଷୁମ୍ ଖାଦ୍ୟ।
ଦେହ...
କାହା ପାଇଁ ଉଞ୍ଚା ଦରରେ
ବିକ୍ରି ହେଉଥିବା ସଦ୍ୟ
ସଜା ସରଗ ମେଞ୍ଚେ।
ଦେହ...
କାହା ପାଇଁ ସଙ୍କୋଚନ
ଓ ପ୍ରସାରଣ ହେଉଥିବା
ସ୍ୱେଦ ପୋଖରୀଟିଏ।
ଦେହ....
କାହା ପାଇଁ ପୁଣି ସୃଷ୍ଟି
ରଚନା ଓ ଧ୍ୱଂସ କରୁଥିବା
ଉର୍ବର ପଞ୍ଚ ମହାଭୂତ।
ଦେହ ....
କାହା ପାଇଁ ଅଟେ
ପୂଜା ଯୋଗ୍ୟ ଦେବାଳୟ।
ନିର୍ମଳ ଓ ନିରାମୟ।
ଦେହ....
କାହା ପାଇଁ ପଚି ସଢ଼ି
ଦୁର୍ଗନ୍ଧ ହେଉଥିବା ଅସ୍ଥି
ଆଚ୍ଛାଦିତ ମାଉଁସ ପୁଳେ।
