STORYMIRROR

SACHALA GURU

Others

2  

SACHALA GURU

Others

ଦେହ

ଦେହ

1 min
102

ଯୁଗେ ଯୁଗେ ହରି ନରତନୁ ଧରି 

   ଅବନୀକୁ ଅସିଥାଇ 

ଯିବ ମଧ୍ୟେ ଶ୍ରେଷ୍ଠ ମନୁଷ୍ୟ ଜୀବନ 

   ତପସ୍ୟା ରେ ପାଏ ସେହି l 1l

କଳେବର ଲାଗି ମାନବ ବଞ୍ଚାଇ 

  ରକ୍ତ ମାଂସରେ ସେ ଗାଢ଼ 

ଖାଦ୍ୟ ପଦାର୍ଥ ଯେ ଉଦ୍ଜୀବିତ କରେ 

   ତନୁ ହୁଅଇ ତାଗଡ଼l 2l

ସୁସ୍ଥ ଦେହ ସିନା ସୁସ୍ଥ ମନ କରେ 

   ଭାବନାରେ ଥାଏ ଚିତ୍ତ 

ଅସୁମାରୀ ଆଶା ବଢ଼ାଏ ସହସା 

   ଶରୀର ହୁଅଇ ଶକ୍ତ l 3 l

ଖଜୁରୀ ଗଛ ର କି ଗୁଣ ଗାଇବି 

   ମୂଳରୁ ପାହାଚ ସେତ 

ଦେହ ଥିଲା ଯାଏ ମୋହ ରହିଥାଏ 

   ଏହା ଯେ ରହିଛି ସତ l4l

କଅଁଳ ଶରୀର ସରଳ ଜୀବନ 

    ପ୍ରତିକ୍ଷଣେ ଅଙ୍କୁରିତ 

ଦୟା କ୍ଷମା ସ୍ନେହ ସତ୍ୟ ନ୍ୟାୟ ପ୍ରେମ 

    ଗୁଣ ହୁଏ ଉଦ୍ଜୀବିତl 5l

ଶରୀର ଲାଳସା ମନେ କରେ ବସା 

   ରୂପ ଯୌବନ ଥାଇ 

ସଂସାର ସାଗରେ ପାଦ ଦେଇଥିଲେ 

     ଅନେକ ଯାତନା ପାଇl 6l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ