Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Others

3  

gouranga charan beura

Others

ଦେଏଖେ ତାକୁ

ଦେଏଖେ ତାକୁ

1 min
235


ବ୍ୟାନର ଲଗାଇ  ଫଟୋଚିତ୍ର ନେଇ

     ବଡିମା ନେଲେ କି ହେବ,

ଗଛ ଲଗାଇଣ      ସଜତ୍ନ କରିଲେ

     ଧରଣୀ ହସି ଉଠିବ ॥


ଗୋଦରା କୋଢୁଛି   ଗୋଦରା ମାଡୁଛି

     ପକେଟ ଗରମ କରି,

ଅଖା ଧୋଉଥାଆ    ଗୁଣ ଗାଉଥାଆ

    ତେଲ ବୋତଲଟା ଧରି ॥


ପଲିସି ସାଲିସି     କରି ତୁ ପାରିଲେ

     ମିଳିବ ପ୍ରମାଣ ପତ୍ର,

ପ୍ରକୃତିର ମିତ୍ର        ପ୍ରକୃତିର ବନ୍ଧୁ

    ଆଉ ଯେତେ ନଥିପତ୍ର ॥


ପିଲା ଜନ୍ମ କରି     ଯତନ ନ କଲେ

    ହୋଇଥାଏ କୁଳାଂଗାର,

ଗଛ ଲଗାଇଣ      ସଯତ୍ନ ଅଭାବେ

    ହେବ କି ପର୍ଯ୍ୟାବରଣ ॥


କାଗଜ ଗାଉଛି       ଗଛ ଇତିହାସ

     ଫାଇଲି ଭିତରେ ଲୁଚି,

କଳ୍ପନା ଜଲ୍ପନା      ଶୁ୍ଦ୍ଧି ଜନଂକର

    ସତେ ଯେପରି ଦଧିଚି ॥


ଚନ୍ଦା ହେଉଛନ୍ତି      ପାହାଡ ଜଗତ

    କାନ୍ଦେ ସବୁଜ ବନାନୀ,

ପକେଟ ଗରମ     ପ୍ରମାଣ ପତ୍ରରେ

    ଆମେ ସବୁ ମହାମାନୀ ॥


ଆବୁ ବଥାଏନି      ବଥ ଟା ବଥାଏ

    ଫାଟିଲେ ଶାନ୍ତ ହୋଇବ,

ଆବୁ କାଟିଦେଲେ     ହିସାବ ସୁଝିବ

    ଧରଣୀ ଶାନ୍ତି ପାଇବ ॥


ରାମ ନାମ ଯଦି     ଗାଇ ନ ପାରିବା

    ଶୁଆ କାହିଁକି ପୋଷିବା,

ବିନା କରମରେ     ଉପାଧି ପାଇଲେ

    ବାରବାଟିକୁ ଚଷିବା ॥


ଗଛ ଲଗାଇବା    ଆମ ପାଇଁ ଆମେ

    ବିନା ଉପାଧି ଆଶାରେ,

ଦଶଟି ଚାରାକୁ     ବୃକ୍ଷ ରୂପେ ତୋଳି

    ଅର୍ପିବା ପରିବେଶରେ ॥


ସଚେତନ କରି      ବିଶ୍ୱ ଜନତାଂକୁ

    ଜଂଗଲ ଧ୍ୱଂସ ରୋକିବା,

ସୃଷ୍ଟିକରି ଆମେ      ସବୁଜ ବଳୟ

    ବିଶ୍ୱ ତାପନୁ ବଂଚିବା ॥



Rate this content
Log in