STORYMIRROR

Pranati Mahapatra

Others

3  

Pranati Mahapatra

Others

ଦେବତ୍ଵ ପ୍ରାପ୍ତି

ଦେବତ୍ଵ ପ୍ରାପ୍ତି

1 min
286

ନିତିପ୍ରତି ତୁମ ସେ

ଶବ୍ଦର ଆଘାତରେ

ବଞ୍ଚି ଥାଉ ଥାଉ ମରିଯାଏ,

ଜିଇଁବାର ସବୁ ଆଶା ମଉଳି ଯାଏ,

ବାରବାର ଶିର ଥାଇ

ଶରୀରରୁ ଶିର ହୁଏ ସ୍କନ୍ଧଚ୍ୟୁତ।


ବିକଳରେ ଶବ୍ଦର କ୍ଷତାକ୍ତରୁ

ବର୍ତ୍ତିବା ପାଇଁ ଆତ୍ମା ଧାଇଁ ଯାଏ

ଏନ୍ତୁଡିରୁ ମଶାଣି କୁ,

ଭୁଲିଯାଏ ଜନ୍ମବେଦୀ,

ବାରମ୍ବାର ନେଉଥାଏ ମୁଁ ସମାଧି।


ଅଚାନକ ପୁଣି କାହାର

ମଧୁର ସ୍ପର୍ଶରେ,

ମଥାର ମଧୁର ଚୁମ୍ବନରେ

ପ୍ରାଣ ସତେ ଚେଇଁ ଉଠେ,

ମୃତ୍ୟୁର ମଶାଣିରୁ କଅଁଳି

ଉଠେ ଜିଇଁବାର ଆଶା।


ବାରମ୍ବାର ଧିକ୍କାରର ହାତୁଡି ପ୍ରହାର

ପାଖରେ ମଧୁର ଚୁମ୍ବକୀୟ ଶବ୍ଦ

ଜିଇଁବାର ଅଦ୍ଭୁତ ନିଶା ଜଗାଏ।

ଶରୀରରେ, ଆତ୍ମା ରେ,ହୃଦୟରେ।

କର୍ଣ୍ଣ ଗୁହ୍ୟରେ ଗୁଞ୍ଜରଣ ହୁଏ

ପଥରର ଆଘାତ ସହିଲେ

ଦେବତ୍ଵ ପ୍ରାପ୍ତି ହୁଏ।



Rate this content
Log in