STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଦେବସ୍ନାନ ପୂର୍ଣ୍ଣମୀ

ଦେବସ୍ନାନ ପୂର୍ଣ୍ଣମୀ

1 min
430

ବାର ମାସେ ତେର ଯାତଲୋ ବଉଳ ଲୀଳା ତା'ର ନୁହେଁ କଳି

ନିଦାଘ କାଳରେ ଚନ୍ଦନ ଯାତରେ ନରେନ୍ଦ୍ରରେ ଚାପ କେଳି।

ଜ୍ୟୋଷ୍ଠ ପୂର୍ଣ୍ଣମୀ ରେ ସ୍ନାହାନ ଯାତରା ମାନବୀୟ ଲୀଳା ଖେଳା

ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ ନେଇ ଷୋଳକଳା ।

ଅଠର ଗରାରେ ସୁଦର୍ଶନ ତୃପ୍ତ ଭଗିନୀ ବାଇଶି ଗରା

ତେତିଶ ଗରାରେ ବଡଭାଇଙ୍କର ପଂଚତ୍ରିଂଶେ ବ୍ରହ୍ମ ପରା ।

ଶହେ ଆଠ ଗରା ପାଣିରେ ସ୍ନାହାନ ଶ୍ରୀମନ୍ଦିର କୂପ ଜଳେ

ଗଣପତି ଭଟ୍ଟ ଭକ୍ତ ପାଇଁ ଗଣପତି ବେଶ ଦେଖ ଡୋଳେ ।

ମାନବୀୟ ଲୀଳା ଜର ବାଧକିବ ଜଳ ବହୁଳର ଗାଥା

ଅଣସର ଘର ଆଶରା କରିବ ଦୟିତା ସେବାର ପ୍ରଥା ।

ଗୁପ୍ତ ସେବା ସେତ ଜଡିବୁଟି ନେଇ ଶୁଦ୍ଧ ଭକତିର ପୂଜା

ତନ୍ତ୍ର ମନ୍ତ୍ର ତହିଁ ଲୋଡା ହୁଏ ନାହିଁ ବ୍ରାହ୍ମଣର ନାହିଁ ଖୋଜା ।

ଶ୍ରୀମନ୍ଦିର ଖାଲି ନପଡିବ ତେଣୁ ପଟି ଦିଅଁ ପୂଜା ବିଧି

ଅଣସର ଘର ନାମ ବହି ତେଣେ ଅଲାରନାଥରେ ସିଦ୍ଧି ।

ଅଲାୟାର ନାଥ ପଶ୍ଚିମା ଭକତ ଅନବସର ଦର୍ଶନ

ଖିରି ଭୋଗ ତହିଁ ମହାନନ୍ଦେ ପାଇ ଭକତ ହୁଏ ଉଛନ ।

ଫୁଲରି ତେଲରେ ସୁସ୍ଥ ହୋଇବ ନବ ଯୌବନ ଦର୍ଶନ

ଆଷାଢ ଶୁକଳ ଦୁତୀୟା ତିଥିରେ ମାଉସୀ ଘର ଗମନ ।

ଲୀଳାମୟ ଲୀଳା ଦେବେ ଅଗୋଚର ପତିତପାବନ ବାନା

ଭକତ ପାଇଁକି ନାନା ଆୟୋଜନ ବଉଳଲୋ ଅନା ଅନା ।



Rate this content
Log in