Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଦେବୀ ସୈାଭାଗ୍ୟ ଦାୟିନୀ

ଦେବୀ ସୈାଭାଗ୍ୟ ଦାୟିନୀ

1 min
7.1K



• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------


• ଗିରି ରାଜ ସୁତା ଗିରିଶ ବନିତା

• ଗଉରୀ , ଗଣେଶ ଜନନୀ

• ଖଡ୍ଗ, ଶୂଳ ହସ୍ତା ଦେବୀ ଜନ୍ମାମାତା

• ପଦାମ୍ବୁଜେ କରେ ଦାୟିନୀ ।।

• ସତ୍ୟ ଯୁଗେ ସତୀ ଉମା,ଭଗବତୀ

• ଅଗ୍ନିରୁ ଉତ୍ପତ୍ତି ହୋଇଲୁ

• ଦେବାସୁର କଳି କ୍ଷଣେ ଦେଲୁ ଟାଳି

• ମହୀଷାସୁରକୁ ମାରିଲୁ ।।

• ତ୍ରେତା ରେ ଶ୍ରୀରାମ ସ୍ମରିଲେ ତୋ ନାମ

• ତ୍ରୀନୟନା ଦଶଭୁଜା

• ସହାୟ ହୋଇଲୁ ସୀତା ଉଦ୍ଧାରିଲୁ

• ମାରିଣ ଲଙ୍କାର ରାଜା ।।

• ଗୋପରେ ଦ୍ବାପରେ- ଜନ୍ମି, ମଧୁପୁରେ

• କଂସ ବନ୍ଦିଘରେ ଆସି

• ବିଜୁଳି କନ୍ୟାର ରୂପେ ମାଆ ମୋର

• ଆର୍ବିଭୁତ ହୋଇଅଛି ।।

• ଆଜି ଏ ଯୁଗରେ ଅନେକ ରୂପରେ

• ବିଜୟ କରି ବିଜୟା

• ସନ୍ତାନର ଅଳି ସହୁଛୁ ଅର୍ଦ୍ଦଳି

• ଆଗୋ ଦେବୀ ମହାମାୟା ।।

• ଶାରଦା ଶରତେ ଆସ ମା ଜଗତେ

• କୋଟିବିଶ୍ବର ରାଣୀ

• ମାନ ଉଦ୍ଧାରଣ କର ମା ତାରଣ

• ଘୋଡାଇ ପଣତ କାନୀ ।।

• ଜ୍ଞାନ ପ୍ରଦାୟିନୀ ସୈାଭାଗ୍ୟ ଦାୟିନୀ

• ଦୁର୍ଗେ ଦୁର୍ଗତି ନାଶିନୀ

• ପ୍ରଫୁଲ୍ଲ ଡାକଇ ତୋର ପଦଧ୍ୟାୟୀ

• ବନ୍ଦେ ସତ୍ୟ ସନାତନୀ ।।


Rate this content
Log in