STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଦେବୀ ହୈମବତୀ

ଦେବୀ ହୈମବତୀ

1 min
13.1K




• ଶରତ ସକାଳ ଶେଫାଳୀ ଶେଜରେ ବାଳାର୍କ ଅରୁଣ କାନ୍ତି

• କାଶତଣ୍ଡି ଫୁଲ ଚାମର ଢାଳଇ ଆସୁଛନ୍ତି ମହାଦେବୀ ।

• ସରୋଜ ଶୋଭିତ ସରୋବର ଶୋଭା ଦିଶେ ବଡ଼ ମନୋହର

• କମଳ କୋମଳ ସଉରଭ ଭରି ବହଇ ମନ୍ଦ ଅନିଳ ।

• ସଙ୍ଗେ ଆସୁଛନ୍ତି ପଦ୍ମା, ସରସ୍ବତୀ ଶକ୍ତିଧର, ଦ୍ବୈମାତୁର

• ଦେବକୂଳ ବଳ- ବିର୍ଜେ ବିଭୂଷିତା ସଙ୍ଗେ ଶମ୍ଭୁ,ବିଶ୍ବମ୍ଭର ।।

• ମଙ୍ଗଳ ବାଜା ମଙ୍ଗଳ ସଙ୍ଗୀତେ ଧରାହୁଏ ମୁହ୍ୟମାନ

• ବେଦ ମନ୍ତ୍ର ଧ୍ବନି ଘୃତାହୁତି ଦେଇ କରୁଅଛୁ ଆବାହନ ।

• ଆକାଶେ ଭାସଇ ଶୁଭ୍ର ଅଭ୍ର ମେଘ କିଅବା ରୈପ୍ୟ ପର୍ବତ

• ବିଜୟ କରିବେ ଦେବୀ ହୈମବତୀ କରେ ସତେକି ସ୍ବାଗତ ।

• ଆସ ଆସ ଦେବୀ କଇଳାସ ତେଜି ଧରାରେ ବିଜୟ କର

• ବିକଳେ ସକଳେ ଡାକନ୍ତି ଆକୁଳେ ଧରା ହେଲାଣି ଅଥୟ ।।

• ଶ୍ରୀହୀନ ହେଲାଣି ମହିଷା ଇନ୍ଦ୍ରାରି କରୁଅଛି ଉତପାତ

• ଅନୀତି ଦୁର୍ନୀତି ଅପ ସଂସ୍କୃତି ର ବିସ୍ତାରି ଦେଇଛି ହାତ ।

• ଗ୍ରାମ କି ସହର ଦେଶ ବିଦେଶରେ ବିଛିନ୍ନତା ବାଦୀ ଦୈତ୍ୟ

• ମାଓ ହିଂସା ପ୍ରତି- ହିଂସା ଦାଵାନଳେ ଜଳି ଉଠଇ ମା' ମର୍ତ୍ତ୍ୟ ।

• ଜହର ଝରୁଛି ମଳୟ ପବନେ ,ନଦୀ ଜଳେ ଝରେ ବିଷ

• ଅବିଶ୍ବାସ ଭରା ଶୁକ୍ରଶିଷ୍ୟ ଦଳ କରୁଛନ୍ତି ସର୍ବନାଶ ।।

• ଆସ ଦେବଦେବୀ ଧରା ବିମଣ୍ଡିତ କର, କରି ଆଶିର୍ବାଦ

• ବରଦ ହସ୍ତ ତୋ ବିସ୍ତାରି ଦେ ମାତ କରି ତାରେ ପରାହତ ।

• ଝରିଯାଉ ପୁଣ୍ୟ ଆନନ୍ଦ ଲହରୀ ମହୀ ହେଉ ମହିୟାନ

• ପ୍ରିୟା ପ୍ରିତୀ ପ୍ରେମେ ମଧୁର ବନ୍ଧନେ ବିକସିତ ହେଉ ଜ୍ଞାନ ।

• ଏତିକି ମାଗୁଣି ତୋ ଅଭୟ ପଦେ ପ୍ରଫୁଲ୍ଲ ର ପୁଜା ଫୁଲ

• ଗ୍ରହଣେ ଧରାକୁ କରିଦେ ଜନନୀ ଯେସନେ ତ୍ରିଦଶାଳୟ ।।


• ----------

• କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା


Rate this content
Log in