STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଦେବା ନେବା

ଦେବା ନେବା

1 min
13.4K


ଦେଇ ପାଇବାର ହିସାବ କିତାବ

କିଏ କେବେ କହେ ନାହିଁ

ଭୁଲିବାନି ମନେ ସାଇତି ରଖିବା

ଭଲ ପାଇବାଟା ପାଇ ।

ଦେଉଥିବା ଲୋକ କହେନାହିଁ କେବେ

କହୁଥିଲେ ଦିଏ ନାହିଁ

ଦେବା ପଣିଆରେ ଲୋଭ ଯାଏ ବହି

ହୃଦୟ ନିର୍ମଳ ହୋଇ ।

ଦେଉଥିଲେ ପାଇ ନେଉଥିଲେ ଦେଇ

ହିସାବ ରଖିବା କାହିଁ

ଆମର କରମ ଆମେ କରିଯିବା

ମନ ନେଉଥିବା ମୋହି ।

ଦେବାର ହିସାବ କରୁଥିବ ଯିଏ

ନେବା ବଳିଯିବ ତାକୁ

ନେବା ଆସୁଥିଲେ ମନରେ ମନରେ

ଦେବା ଭୁଲିଯିବ ତାକୁ ।

ଦେଉଥିବ ଯିଏ ଦେବା ପାଇଁ ସିନା

ନେବା ନୁହେଁ ତାର ଆଶା

ଦେବା ଲୋକ ସଦା ଦେବାରେ ଶରଧା

ଦେବାରେ ଦୁରିତ ହିଂସା।

ପ୍ରଭୁ ପରାତ୍ପର ସବୁ ଦେଇଛନ୍ତି

ସବୁତ ତାଙ୍କର ଦେଣ

ଆମେ ମାତ୍ର ଖାଲି କର୍ମେ କରାମତ

ଛାଡି ଚାଲିଯିବୁ ପୁଣ।

ତଥାପି ମାୟାରେ ମୋହ ଲାଗିଅଛି

କହିବାକୁ ନିଜ ବୋଲି

ପତ୍ନୀ ପୁତ୍ର କନ୍ୟା କେତେଦିନ ପାଇଁ

ଧରାଧାମୁ ଗଲେ ଚାଲି।

ଚିରକାଳ ନୁହେଁ କେହି ସହଚର

ସମସ୍ତେ ଏଠାରେ ଏକା

ନିଜ କାର୍ଯ୍ୟ ସାରି ବାହୁଡ଼ିବେ ପୁଣି

ଲୀନ ହୋଇଯିବ ସତ୍ତା ।

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍