STORYMIRROR

Suresh chandra Padhy

Others

3  

Suresh chandra Padhy

Others

ଦେବ ଦୀପାବଳୀ

ଦେବ ଦୀପାବଳୀ

1 min
331

ତୁମେ ଜଗନ୍ନାଥ ଜଗତର ନାଥ ଆମର

ଦେବ ଦୀପାବଳି ଶ୍ରୀ ମନ୍ଦିରେ ତୁମର

ଜୟ ଜଗନ୍ନାଥ ଅନାଥର ନାଥ


ଦେବକୀ ବାସୁଦେବ ଜନମ ଦେଲେ

ନନ୍ଦ ଯଶୋଦା ତୁମକୁ ପାଳିଲେ

ଦ୍ଵାପର ଯୁଗର ମାତା ପିତା ତୁମର

ପୁତ୍ର ରୂପେ ତୁମକୁ କରିଲେ ନିଜର

ତୁମେ ଜଗନ୍ନାଥ ଜଗତର ନାଥ....


କଉଶଲ୍ୟା ମାତା ତୁମକୁ ପାଇଲେ

ତୁମ ବିରହେ ଦଶରଥ ପ୍ରାଣ ଦେଲେ

ତ୍ରେତୟା ଯୁଗର ପିତା ମାତା ତୁମର

ସତ୍ୟ ଯୁଗେ ତପ ବଳେ କରିଲେ ନିଜର

ତୁମେ ଜଗନ୍ନାଥ ଜଗତର ନାଥ....


ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚା ପାଇଲେ ଦାରୁ ବ୍ରହ୍ମ

ଚତୁଦ୍ଧାମୂର୍ତ୍ତି ହେଲ ତୁମେ ପରମବ୍ରହ୍ମ

ମାତା ପିତା ରୁପେ ହୋଇଲେ ତୁମର

ଭାବ ଗ୍ରାହୀ ହୋଇ କରିଲ ନିଜର

ତୁମେ ଜଗନ୍ନାଥ ଜଗତର ନାଥ...



Rate this content
Log in