STORYMIRROR

Santanu kumar Meher

Others

2  

Santanu kumar Meher

Others

ଡରନା ପଳାତକ

ଡରନା ପଳାତକ

1 min
818


ଅପରାହ୍ନ ପରେ ରାତିଯାଏ

ସୂର୍ଯ୍ୟାଦେୟ ଫେରେ ।

ଦୁନିଆ ପ୍ରକୃତି କୂଳେ

ଶୋଭା ଶୋଭିତ ମନ୍ଦିରେ ।।୧।।

ପରିଚୟ ଉଠେ

ଆଲୋକିତ ହୋଇ

ପଥର ଶିଖରେ ।

କାରୁକାର୍ଯ୍ୟ ଲୋଡ଼ା

ଲୁହର ଛାତିରେ ।।୨।।

ପରମ୍ପରା ଶିତଲତ

ବିଦ୍ୟାଳୟ ଅଟେ

ଜୀବନର ପୂର୍ଣ୍ଣାଙ୍ଗ ଫଳକ ।

ଜ୍ଞାନର ପ୍ରଗତି ମୂଳେ

ଶିକ୍ଷକତା ମନେ ପୂଜକ ।।୩।।

ସମୟ ପାହାଚର,

ପଥେ ପାଠଶାଳା

କରି ବସେ ସ୍ରଷ୍ଠାର କମ୍ପାନେ ।

କଳିକଲମର ଅହେତୁକ ଗୁଣ

ଯୁଗ ଦର୍ଶନ ପୁସ୍ତକେ ।।୪।।

କୋଉ କାଳୁ ଚାହିଁଛ,

ଭରି ତବ ନେତ୍ରେ

ମନ-ଧନ-ପ୍ରାଣ ଭୋକ ।

ସକଳ ଦିବସର ସୁଖଦୁଃଖ ଭଳି

ଆଇନା ବ ଏଠି ମୁକ ।।୫।।

ଅଭିମାନ ଅର୍ନ୍ତରାଳେ

ବିଦ୍ରୋହର ବିଗୁଲ ବାଜେ

ଚାରିଆଡେ କମ୍ପନ ରାଗରେ ।

ହେଉ ପଛେ ଯେତେ ଆକ୍ରମଣ

ବୀର ପୁତ୍ର ଯୁଦ୍ଧ ସମ୍ମୁଖରେ ।।୬।।

ଡରନା ପଳାତକର

ଭୟଭୀତ ଆତଙ୍କ ଗୁଳିଗୁଳା

ଧ୍ୱଂସହୀନ ଚିତ୍କାର ଧାସରେ ।

ଛିଡା ହୁଅ ସତ୍ୟତାର ନିଷ୍ଠା

ଜନତାଙ୍କ ପୂର୍ଣ୍ଣାଙ୍ଗ ସ୍ୱାର୍ଥରେ ।।୭।।

ରକ୍ତାତ ଧୂଳିରେ

ଉଠେ ଏଠି ନୀତି

ରାଗ,କ୍ରୋଧ, ଅମାପ ହିଂସା

ପ୍ରତିଧ୍ୱନୀ ସ୍ୱର ଛାଇରେ ।

ତଥାପି,

ତିନିପୁର ଦେଖୁଛି

ସମାଜର ଆରୋଗ୍ୟ ପାଇଁ

ସୁଖଦୁଃଖ ଶାନ୍ତିର କାମନା ପଛେ ତବ

ଚିନ୍ତା ଚେତନା ନଈଧାରେ ।।୮।।


କବି-ଶାନ୍ତନୁ କୁମାର ମେହେର

(ଚିତ୍ରଶିଳ୍ପୀ)

ଆଠମଲ୍ଲିକ, ଜିଲ୍ଲା-ଅନୁଗୁଳ

ମୋ-୯୪୩୭୧୬୦୦୬୫


Rate this content
Log in