Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ଡଙ୍ଗର ନିବାସୀ ନୀଳମାଧବ

ଡଙ୍ଗର ନିବାସୀ ନୀଳମାଧବ

1 min
539



ଡକା ବାଜୁଛି ମହିଁମା ହେ , ଡକା ବାଜୁଛି ମହିଁମା

ଡାକୁଛି ଆରତୀ ପଡ଼ିଛି ବିପଦ

ଡାକ ଶୁଣତ ମଣିମା ହେ , ଡକା ବାଜୁଛି ମହିଁମା ହେ ।


ଡରଲାଗେ ଦେଖି ଦୁନିଆ ନୀତି

ଡରିଯାଉଛ କି ମୋ ଦୁଃଖ ଦେଖି ,

ଡେରିଥାଅ କର୍ଣ୍ଣ ଦୁଃଖୀ ଡାକକୁ

ମୋ ଡାକ କି ଶୁଭେ ନାହିଁ ତୁମକୁ ,

ଡାକି ଡାକି ପ୍ରଭୁ ଥକିତ ଗଲିଣି

ନଶୁଣୁଛ କିଆଁ ଜମା ହେ , ଡକା ବାଜୁଛି ମହିଁମା ହେ ।


ଡୁବି ଡୁବି ଯାଏ ଜୀବନ ସୂର୍ଯ୍ୟ

ଡୋରିବାନ୍ଧି ନେବ କାଳ ନିଧାର୍ଯ୍ୟ ,

ଡେରିକଲେ ମୋର ନରକେ ବାସ

ଡେରି କରନାହିଁ ହେ ପୀତବାସ ,

ଡାକ ଦିଏ ଯମ ସରୁଛି ଆୟୁ

କୃପାନେତ୍ରେ ବାରେ ଅନା ହେ , ଡକା ବାଜୁଛି ମହିଁମା ହେ ।


ଡଙ୍ଗର ନିବାସୀ ନୀଳମାଧବ

ଡାକଇ ଅରତେ ଶୁଣ ମୋ ଧବ ,

ଡାକେ ହେ ବିଚିତ୍ର କର୍ମା ଅଦୂରୁ

ମୋ ଡାକରେ ପ୍ରଭୁ ନହୁଅ ଗରୁ ,

ସେପାଇଁ ସଂସାରେ ଉଡାଉଛ ପରା

ପତିତପାବନ ବାନା ହେ , ଡକା ବାଜୁଛି ମହିଁମା ହେ ।



Rate this content
Log in