STORYMIRROR

rasmi maye pati

Others

4  

rasmi maye pati

Others

ଡଙ୍ଗା

ଡଙ୍ଗା

1 min
263


ଅଥଳ ସାଗରେ ଅସଂଖ୍ୟ ନଉକା

  ଛାଡି ଦେଲ ପ୍ରଭୁ ହେ ନାରାୟଣ

ମୋହରି ଭାଗରେ ଦଦରା ନାବଟି

  ତଥାପି ତାକୁ ମୁଁ କଲି ଗ୍ରହଣ ।

ତୁମ ଦାନ ବୋଲି ଆକଣ୍ଠ ଖୁସିକୁ

   ଗ୍ରାସି ଗ୍ରାସି କଲି ନୌଚାଳନ 

ଥଳ ପାଉ ନାହିଁ କୁଳ ପାଉ ନାହିଁ

  ଉପାୟ ଶୂନ୍ୟ ମୁଁ ପରମବ୍ରହ୍ମ ।

ବୁଡି ଯିବି କାଳେ ଘୋର ଗଣ୍ଡ ଜଳେ

  ବାଟ ଦେଖା ସଖା ନାବକୁ ମୋର

ବିନ୍ଦୁଟିଏ ମାତ୍ର ହୋଇବ ଯଥେଷ୍ଟ

   ଆଶିଷର ରଜୁ ଟାଣ ଠାକୁର

ବୁଡି ଯିବି ଯେବେ ଦୟା ସାଗରରେ

  ଲୀନ ହୋଇଯିବି ସାଗର ବକ୍ଷେ

କଥା ଦିଅ ହରି ଶେଷ ଅଭିଳାଷ 

 ପୂରଣ କରିବ ଆନନ୍ଦ ଚିତ୍ତେ।

ପୁନର୍ଜନ୍ମ ଯଦି ଦବ ଦୟାମୟ

   ମୋହରି ନାବର ହେବ ନାଉରୀ

ଧନ୍ୟ ହେବି ପ୍ରଭୁ ଜଗତର ନାଥ

  ଦଦରା ନାବରେ ହେବି ମୁଁ ପାରି।।

ଦୟାମୟ ପ୍ରଭୂ ଦୟା ସାଗରରୁ 

  ବିନ୍ଦୁଟିଏ ଦୟା ମାେ ପାଇଁ ଦବ

ନାବ ମୟ ଏଇ ସଂସାର ସାଗରେ

 ଦଦରା ନାବର ନାଉରୀ ହେବ।



Rate this content
Log in