STORYMIRROR

Kumarlal Rana

Others

3  

Kumarlal Rana

Others

ଡଙ୍ଗା

ଡଙ୍ଗା

1 min
234

ଚଲାରେ ନାଉରି  ବସିଛି ମୋ ଝିଅ 

    ଯାଉଅଛି   ଶାଶୁଘରକୁ l

ଶାଶୁ ଶଶୁର  ଯେ ଚାହିଁ ରହି ଥିବେ 

    ଗୁଣୁ ଥିବେ ଝିଅ ଭାବକୁ l


ଚାହିଁଥିବ   ଜ୍ୱାଇଁ    ଆସୁଥିବା  ପଥ 

      ମଉନେ  ବସି    ଗୋପନେ l

କେବେ ଆସିବ  ମୋ    ପ୍ରିୟା ରତନ ଯେ 

      କହୁଥିବଟି ମନେ ମନେ l


ଝୁରୁ ଥିବ  ଜ୍ୱାଇଁ     ଝିଅକୁ ଗୋପନେ 

        ଚଲାରେ ନାଉରୀ ଡଙ୍ଗା l

ନେଇ   ଦେଉଅଛି  ଶଶୁର ଘରକୁ 

       ପାରି ହେବା ଏଇ ସୁଗଙ୍ଗା l


ଭାବୁ ଥିବେ  ବସି  ମୋହର ସମୁଦୀ 

       କେତେବେଳେ    ଆସିବ ବୋଲି l

ସମୁଦୁଣୀ ମୋର  ଚାହିଁ ରହି   ଥିବେ 

        ଡଙ୍ଗା ଯାଉଟି ଶୀଘ୍ର ଚାଳି l


 ଝିଅର ଦିଅର  ଅତି ଗେହ୍ଲା  ତାର 

         କହଇ   କଥାଟି ସୁନ୍ଦର l

 ତା   ଶଶୁର ପୁଣି  ଝିଅ ପରି  ଲଭେ 

       କେଡ଼େ ଭାଗ୍ୟ ମୋର ଝିଅର l



Rate this content
Log in