STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଡିଜିଟାଲ୍ ପେମେଣ୍ଟ ସିଷ୍ଟମ e-RUPI

ଡିଜିଟାଲ୍ ପେମେଣ୍ଟ ସିଷ୍ଟମ e-RUPI

1 min
227


ନୂଆ ଭାରତର ନୂତନ ଗୌରବ

କରିଲେ ଆରମ୍ଭ ଦେଶେ,

ଆରମ୍ଭ କରିଲେ ଦେଶର ପ୍ରଧାନ

e-RUPI ହେଲା ଦେଶେ।୧।


କାରବାର ହେବ ନଗଦବିହୀନ

e-RUPI ମାଧ୍ୟମରେ,

ଡିଜିଟାଲ୍ ଦ୍ୱାରା କାରବାର ହେବ

ନ ଥିବ ଚିନ୍ତା କାହାରେ।୨।


DBT ହୋଇବ ସେ ଅତ୍ୟନ୍ତ ସରଳ

ନ ଥିବ ଡ଼ର କାହାର,

e-RUPI ଦେବ ପେମେଣ୍ଟ୍ ସୁବିଧା

ସୁବିଧା ହେବ ବେପାର।୩।


ବଡ଼ ହିଁ ଭୂମିକା ଗ୍ରହଣ କରୁଛି

e-RUPI ଭାଉଚର୍,

ନଗଦବିହୀନ ପେପରଟି ହେବ

ଭ୍ରଷ୍ଟାଚାର ହେବ ଦୂର।୪।


ସବୁ କ୍ଷେତ୍ର ଆଜି ଉନ୍ନତି ଦିଗରେ

ଏହିତ ଦେଶ ଗୌରବ,

ଗୌରବାନ୍ୱିତ ହିଁ ଦେଶର ଜନତା

ବିଶ୍ୱରେ ମିଳେ ଗୌରବ।୫।


ଦେଶର ପ୍ରଧାନ କର୍ମଯୋଗୀ ପୁଣି

ବୈଜ୍ଞାନିକ କର୍ମଯୋଗୀ,

ସବୁ କ୍ଷେତ୍ରେ ଆଜି ଆଦର ମିଳୁଛି

ଯୁବା ମଧ୍ୟ କର୍ମଯୋଗୀ।୬।


ଆତ୍ମନିର୍ଭରଟି ହୁଏ ଆର୍ଯ୍ୟାବର୍ତ୍ତ

ଦେଶେ ସବୁ ଆବିଷ୍କାର,

କରୋନାର ଟିକା ଲାଗୁଛି ଦେଶରେ

ଟିକା ଦେଶେ ଆବିଷ୍କାର।୭।


ରାମରାଜ୍ୟ ପରି ଶାସନ ହେଉଛି

ପ୍ରେମ ଭକ୍ତି ଶ୍ରଦ୍ଧା ଯହିଁ,

ମହାତ୍ମାଗାନ୍ଧୀଙ୍କ ମନ ଇଚ୍ଛା ସବୁ

ପୂରଣ ହୋଇଛି ତହିଁ।୮।


ଗ୍ରାମୀଣ ଭାରତ ଡିଜିଟାଲ୍ ଆଜି

ହାତରେଟି ମୋବାଇଲ୍,

ଡିଜିଟାଲ୍ ଦେଲା ସୁବର୍ଣ୍ଣ ସୁଯୋଗ

ସାଧନଟି ମୋବାଇଲ୍।୯।


ନୂଆ ଭାରତର ନୂତନ ଗୌରବ

କରିଲେ ଆରମ୍ଭ ଦେଶେ,

ଆରମ୍ଭ କରିଲେ ଦେଶର ପ୍ରଧାନ

e-RUPI ହେଲା ଦେଶେ।୧୦।



Rate this content
Log in