STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଡିଜିଟାଲ ଇଣ୍ଡିଆ

ଡିଜିଟାଲ ଇଣ୍ଡିଆ

1 min
231


ଡିଜିଟାଲ ଇଣ୍ଡିଆର କମାଲ୍ ଦେଖ ଦେଶ ଖାଲି ଚମକୁଛି 

ଦୁର୍ନୀତିଖୋରୀର ମୂଳ ଉତ୍ପାଟନ କରି ଦେଶ ଆଗୋଉଛି ।

ମୋଦି ସରକାର ବଡ ଉପଲବ୍ଧି ପନ୍ଦର ମସିହା ଠାରୁ

ଡିଜିଟାଲ କାରବାର ପ୍ରୋତ୍ସାହନ ପାଉଛି ସରକାରରୁ। 

ଇଲେକ୍ଟ୍ରି ବିଲ୍ ଟେଲିଫୋନ ବିଲ ବ୍ୟାଙ୍କ୍ ର ନେଣ ଦେଣ 

ସରକାରଙ୍କର ଆର୍ଥିକ ସୁବିଧା ଜନତାଙ୍କୁ ପହଂଚାଣ। 

ଇ-କମର୍ସ ଆମାଜନ ଫ୍ଲିପକାର୍ଟ ନାପତୋଲ ଜୋମାଟ

ଓଲା ଓବେର ଠୁ ଟ୍ରେନ୍ ଟିକେଟ୍ କରିବା ଫ୍ଲାଇଟ ଟିକେଟ୍। 

ସବୁ ଆଜି ହାତ ପାହାନ୍ତାରେ ମିଳେ ମୋବାଇଲ ଆପ କରି

ବ୍ୟାଙ୍କ ରେଲୱେର ଭିଡ କମିଲାଣି ଡିଜିଟାଲ ଅସ୍ତ୍ର ଧରି ।

ଏସ୍.ବି.ଆଇ କହୁଛି ୟୋନୋ ଗୋଟିକରେ ବ୍ୟାଙ୍କିଙ୍ଗ ମାର୍କେଟିଙ୍ଗ ଦୁଇ

ସୁବିଧାରେ କର ଘରେ ବସି ସାଥେ ଡିସକାଉଣ୍ଟର ମଜା ନେଇ ।

ଘରେ ବସି ନିଅ ଇ-ମୁଦ୍ରା ଋଣ କାରବାର ଭଲ ଥିଲେ

ବ୍ୟାଙ୍କ ଧାଇଁବା ଆବଶ୍ୟକ ନାହିଁ ବ୍ୟବସାୟ କର ଭଲେ ।

ସବସିଡି ଯେତେ ଘରେ ବସି ପାଅ ଆଧାର ସଂଯୋଗ ଥିଲେ

ସରକାରୀ ଅଫିସରେ ଚକ୍କର କାଟିବା ଆଉ ନପଡେ ।

ସମୟ ବଂଚିବ ଭିଡ କମିଯିବ ଡିଜିଟାଲ ଇଣ୍ଡିଆରେ 

ସ୍ୱଛତା ଆସିବ ଲାଞ୍ଚ ମିଛ ନୁହେଁ ବୋଲ ହିପ୍ ହିପ୍ ହୁରେ। 

      


Rate this content
Log in