STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଢୋକେ ଟଙ୍କ ପାଣି ଟିକେ କୈବଲ୍ୟ

ଢୋକେ ଟଙ୍କ ପାଣି ଟିକେ କୈବଲ୍ୟ

1 min
370

ଢୋକେ ଟଙ୍କ-ପାଣି ଟିକେ କୈବଲ୍ୟ

************************

           ବାମନ ଚନ୍ଦ୍ର ଦୀକ୍ଷିତ।


ଢଳି ଢଳି ନାଚେ ଗୋପେ କହ୍ନେଇ

ଢଳ ଢଳ ନେତ୍ରେ ରହିଥା ଚାହିଁ।।


ଢଳି ଶିଖୀ ପୁଚ୍ଛ ଅଳପ ବାମେ

ଢଳା କୁଞ୍ଚ କେଶ ମରମ କିଣେ।।


ଢାଙ୍କି ଆଙ୍ଗୁଳି ରେ ବଇଁଶୀ ଫାଙ୍କ

ଢାଳେ ସୁଧା ରସ ଗୋପ ରସିକ।।


ଢଳେ ବନମାଳୀ ବାଜେ ବଇଁଶୀ 

ଢଳେ ବନ ଲତା ଢଳେ ସରସୀ।।


ଢଳ ଢଳ ନେତ୍ରେ ଅସ୍ତ ସୁରୁଜ

ଢାଳେ ଅବଷାଦ ନାଲି ମୁରୁଜ।।


ଢାଙ୍କି କୃପା କରେ ସାରା ଧାରା କୁ

ଢଳେଇ ନେଉଛ କୃପା ଛାୟା କୁ।।


ଢାଳି ଟଙ୍କ ପାଣି ପ୍ରାଣ ପବିତ୍ର

ଢ଼ୋକି ଦେଏ ଛଡା ତୁଳସୀ ପତ୍ର।।


ଢୋକି ପାଦୋଦକ ନିର୍ମାଲ୍ୟ ପାଇ

ଢଳି ଯାଅନ୍ତି କି ତୋ ପାଦେ ସାଇଁ।।


ଢାଉଁ ଢାଉଁ ଢାଇଁ ବାଜେ ମୃଦଙ୍ଗ

ଢଳେ ଢୋଲକ ନାଚେ ପକାଉଜ।


ଢ଼ଳୁଥା ରେ ମନ ଭଜି ଗୋବିନ୍ଦ

ଢାଳେ ଯେ ପଦ ମୁକ୍ତି ମକରନ୍ଦ


ଢାଳି ଦେବି ପ୍ରାଣ ଛାର ତା ମୂଲ

ଢୋକି ଟଙ୍କ-ପାଣି ଟିକେ କୈବଲ୍ୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍