ଢିଙ୍କି
ଢିଙ୍କି


ସରଗକୁ ଗଲେ ଧାନ ସେ କୁଟଇ
ଢିଙ୍କି ଯେ ନାଆଁଟି ତାର
ଚାଷୀ ମୂଲିଆର ଭଙ୍ଗା ଚାଳିଆରେ
ରହିଥାଏ କରି ଘର ll 1
ପୁନେଇ ପରବ ଓଷା ବ୍ରତ ହେଲେ
ଲୋଡ଼ା ପଡେ ଆଗ ସିଏ
ଅରୁଆ ଚାଉଳ ଝୋଟିଚିତା ଆଣ
ଲାଗି ଚୂନା କୁଟା ଯାଏ ll 2
ମାଆ ଭଉଣୀଏ ମିଶି ଯେ କୁଟନ୍ତି
ଜେଜେମା ବୁଲାଏ ହାତ
ମଧୁର ଆଳାପ ଚାଲିଥାଏ ସିନା
ନିଷ୍ଠାରେ ପାଳ
ନ୍ତି ବ୍ରତ ll 3
ଗରିବ ମୂଲିଆ ଖଟିଖିଆ ଯେବେ
ସାହୁ ଘରୁଆଣେ ଧାନ
ସେ ଧାନ ଉଁଷେଇ ଖରାରେ ଶୁଖାଇ
ଢିଙ୍କିରେ କୁଟଇ ପୁଣ ll 4
କୁଟି ଖାଇବାକୁ କାଟି ପିନ୍ଧିବାକୁ
ଗାନ୍ଧୀ ନୀତି ଆଜି କାହିଁ
ଗାଆଁ ଗହଳିରେ ବିଦ୍ୟୁତ ହଲର
ଢିଙ୍କି ଯେ ମିଳଇ ନାହିଁ ll5
ଦେଖିବା ସପନ ଓଡ଼ିଆ ଘରର
ଢିଙ୍କି କୁଟା ସେଇ ଭାତ
ଭରି ରହି ଥାଏ ଭିଟାମିନ 'ବି '
ଖାଇଲେ ହୁଅଇ ସୁସ୍ଥ ll 6