STORYMIRROR

Dipti lekha Mishra

Others

4  

Dipti lekha Mishra

Others

ଢିଙ୍କି ଆଜି ହଜିଗଲା

ଢିଙ୍କି ଆଜି ହଜିଗଲା

1 min
320


ଢିଙ୍କି ମୋର ଆଜି ହଜିଗଲୁ ବୋଲି

ଆଧୁନିକତାର ଆଗମନେ

ସମୟର ଅଭାବରେ

ସପନେ ବି ଦିଶେନି ॥

ଥିଲା ଘରେ ଘରେ ତୋର ଆବିର୍ଭାବ

ଅତି ଯତନରେ କେତେ

ଆଜି ତୋତେ କେହି ତ ଚିହ୍ନୁନାହାଁନ୍ତି

ନିର୍ଦୟ ମଣିଷ ସତେ ॥


ଆଜି ବି ସେଦିନ ଅଛି ମନେ ଯେବେ 

ତୋ ଲାଞରେ ଥିଲି ଠିଆ

ଆଉ ମୋ ବୋଉ ତୋ ମୁଣ୍ଡ ପାଶେ ରହି

ଥିଲା ପାହାର ଜଗୁଆ ॥


ଭାରୀ ମନେ ପଡେ ତୋ ଦୁଃଖଯାତନା

ଯେତିକି ହୋଇଛୁ ଛେଚି

ଭଲରେ ଥା ତୁହି ଯାହା ଘରେ ଥିବୁ

ଗାତରେ ରଖେନା ସଞ୍ଚି ॥


ହଜିଗଲା ତୋର ସତ୍ତା ହେଲେ ବନ୍ଧୁ

ଭୂଲିନାହିଁ ଉପକାର

ତୋ ଆବିର୍ଭାବ ପୁଣି ହେଲେ ଯାଇ

ପୄଷ୍ଟ ହୋଇବ ସଂସାର ॥


ତୋ ଦେହର ଛେଚା କଚଡାରେ ସତ

ମିଳୁଥିଲା ଯେ ପୋଷଣ

ଆଜି ସେ ସୁଷମ ଖାଦ୍ୟ ନ ମିଳଇ

ଏଇତ ଆମ ଜୀବନ ॥



Rate this content
Log in