Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଢାଳିଦିଅ କରୁଣାର ଜଳ

ଢାଳିଦିଅ କରୁଣାର ଜଳ

1 min
4.5K


• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା

• …………… ………………………… ………….

• ବିଶ୍ଵେ ଉଡେ ତବ ବିଜୟ କେତନ

• ସେ କେତନ ନାମ ପତିତପାବନ

• ବିନତା ନନ୍ଦନ ଅଟଇ ବାହାନ

• ହେ ପ୍ରଭୁ ରମା ରମଣ ହେ ,, ବିଶ୍ଵେ ଉଡେ…..।।

• ଦିନବନ୍ଧୁ ଦୀନ ଦାରିଦ୍ର୍ୟ ସଙ୍ଗାତ

• ଦେଇଥାଅ ଭକ୍ତେ ଅମାପ ସଂପଦ

• ଅନନ୍ତ ଈଶ୍ଵର ପ୍ରଭୁ ପରାତ୍ପର

• ଜୀବନ କର ପାବନ ଯେ ,, ବିଶ୍ଵେ ଉଡେ……।।

• ତୁମରି କରୁଣା କୃପାଜଳ କଣା

• ଦିଅଇ ମୁକତି କରିଲେ ଭାବନା

• କେତେତ ତାରିଛ ଦରଶନ ଦେଇ

• ଦେଇଛ ବୈକୁଣ୍ଠେ ଆସନ ,, ବିଶ୍ଵେ ଉଡେ……।।

• ଅନନ୍ତ ଅଚ୍ୟୁତ ଅଚିନ୍ତ୍ୟ ପୁରୁଷ

• ଶରଣ ସମ୍ଭାଳି ଅମୀୟ ଆୟୁଷ

• କର ଆୟୁଷ୍ମାନ ଭବ ତରଙ୍ଗିଣୀ

• ନହେଉ ପ୍ରତିବନ୍ଧନ ହେ ,, ବିଶ୍ଵେ ଉଡେ……।।

• ତୁମ ଦୟା ଦାନ ଅପୂର୍ବ ମହାନ

• ସଂସାର ତୁମର ସ୍ନେହ ପ୍ରେମ ପୂର୍ଣ୍ଣ

• ଆହା କି ମଧୁର ମଧୁମୟ ବିଶ୍ଵ

• କରିଅଛ ଯେ ଭିଆଣ ହେ ,, ବିଶ୍ଵେ ଉଡେ…..।।

• ଜୀବନ ସାୟାହ୍ନ ଉପଗତ ଏବେ

• କାଳର ସଂକେତ ଦେହେ ଫୁଟି ଉଠେ

• ବେଳନାହିଁ ଆଉ ଆହେ ମହାବାହୁ

• ପ୍ରଫୁଲ୍ଲ ମାଗେ ଦର୍ଶନ ହେ ,, ବିଶ୍ଵରେ ଉଡେ…..।।

• ++++



Rate this content
Log in