STORYMIRROR

Anita Dash

Children Stories Fantasy Others

4  

Anita Dash

Children Stories Fantasy Others

ଡେଣା ଝାଡି ଯିବି ଉଡି

ଡେଣା ଝାଡି ଯିବି ଉଡି

1 min
221

ଆକାଶ ରାଇଜ ଉଡି ବୁଲିବାକୁ

ନିତି କେତେ ଭାବୁଥିଲି,

ଡେଣା ଦୁଇ ଆଣିଦେବାପାଇଁ ମୁଇଁ

ଅଳି କେତେ କରୁଥିଲି। [1]

ଆଜି ମୋର ଏଇ ଜନମ ଦିନରେ ବାବାଦେଇଛନ୍ତିଭେଟି,

ପୋଷାକରେ ପ୍ରିୟ ଟିକିଦୁଇଡେଣା

ମନମୋ ଉଠୁଛି ନାଚି । [2]

କୁନି ଦେହରେ ମୋ ସୁନ୍ଦର

ଏଇ ଡେଣା ଦୁଇଟିକୁ ଯୋଡି,

ନୀଳ ଆକାଶର ବିଶାଳ ବୁକୁରେ

ଆନନ୍ଦରେ ଯିବି ଉଡି । [3]

ଦୂର ଆକାଶରୁ ନିରେଖି ଦେଖିବି

କାନନ ସାଗର ନଈ,

ପାହାଡ ପିଠିରେ କେମିତି ସୁନ୍ଦର

ଝରଣା ଯାଉଛି ବହି । [4]

ଧରଣୀ ମାର ସପତ ଆଶ୍ଚର୍ଯ୍ୟ

ଦେଖିବି ନିଶ୍ଚୟ ବୁଲି,

ଇଛା ଅଛି ମୋର ବହିରେ ଭାଇର

ଛବି ମୁଁ ଦେଖିଛି ଖାଲି । [5]

କେଡେ ସୁଶୀତଳ ତୁନ୍ଦ୍ରା ଅଂଚଳ

ପେଙ୍ଗୁଇନ୍ ଧାଡି ଧାଡି,

ବଲଗା ହରିଣ ସିଲ୍ ମାଛ ଖାଇ

ଚଢିବି ସ୍ଲେଜ୍ ଗାଡି । [6]

ସବୁଠାରୁ ପ୍ରିୟ ଜହ୍ନ ମାମୁଁ ମୋର

ତାଙ୍କ ଘର ବୁଲି ଆସି,

ଠେକୁଆ ଭାଇର ସାଥେ ମିଳିମିଶି

ଖେଳ ଖେଳି ହେବି ଖୁସି । [7]

ମେଘରାଜାଘରେ ବରଷା ରାଣୀକୁ

କରିବି ମୁଁ କେତେ ଅଳି,

ମାପି ଚୁପି ଆମ ଧରଣୀକୁ ଆସ

ନହେଉ ବଢି ମରୁଡି । [8]

ସୂରୁଯ ଅଜାଙ୍କୁ ବୁଝାଇ କହିବି

ଆଉ ସେ ରାଗିବେ ନାହିଁ,

ଫିସନ ନିଦାଘେ ନିରୀହ ଜୀବନ

ଅଂଶୁଘାତେ ଯିବ ନାହିଁ । [9]

କରୋନା ନିଦାନ ଲାଗୁଛି ସପନ

ବିଶ୍ୱବାସୀ ହନ୍ତସନ୍ତ,

ଅଶ୍ୱିନୀ କୁମାର ଓଷଧ ଆଣିବି

ମହାମାରୀ ହେବ ଅନ୍ତ। [10]

ଫେରିବାବେଳକୁ ତୋଳିଆଣି କିଛି

ଚିକିମିକି ତାରା ଫୁଲ,

ସରାଗରେ ମୋମାଆ ହାତେଦେବି

ଖୁସି ରେ କରିବ ଗେଲ। [11]


Rate this content
Log in