STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଡାଳିମ୍ବ ଗଛଟି ବଡ଼ ଉପଯୋଗୀ

ଡାଳିମ୍ବ ଗଛଟି ବଡ଼ ଉପଯୋଗୀ

1 min
230

ଘର ଅଗଣାରେ ଡାଳିମ୍ବ ଗଛଟି

ବଡ ଉପଯୋଗୀ ଜନେ

ପେଟ ପାଇଁ ଏହା ଅମୂଲ୍ୟ ଔଷଧି

ସର୍ବଦା ରଖିବା ମନେ।୧।


ଫୁଲ ପୁଷ୍ପ ଫଳେ ଯୋଡିତ ହୋଇଣ

ଘରକୁ ସୁନ୍ଦର କରେ ,

ଅପୂର୍ବ ପ୍ରତିଭା ଯୋଡି ତ ହୋଇଣ

ଜନଙ୍କୁ ନିରୋଗି କରେ।୨।


ପୁଅ ବିଭାଘରେ ଚଉଠି ଶ୍ରାଦ୍ଧରେ

ଫଳ ଆବଶ୍ୟକ ହୁଏ,

ପବିତ୍ର ଫଳଟି ଅତି ଉପଯୋଗୀ

ଦୁହିଁଙ୍କ ମଙ୍ଗଳ ହୁଏ।୩।


ଅମୂଲ୍ୟ ଔଷଧି ଜଗତେ ପ୍ରକ୍ଷ୍ୟାତ

ପେଟରୋଗ ଭଲ ହୁଏ,

କୁନିଛୁଆଙ୍କର ଅପୂର୍ବ ଔଷଧି

ବୈଦ୍ୟ ପରାମର୍ଶ ଦିଏ।୪।


ଘର ଅଗଣାରେ ଏ ଗଛଟି ଥିଲେ

ନିରୋଗ ରହନ୍ତି ଜନେ,

କୌଣସି ରୋଗର ଆଗମନ ନାହିଁ

ରୋଗମୁକ୍ତ କରେ ଜନେ।୫।


କୁନିଛୁଆଙ୍କର ଝାଡା ହେଉ ଥିଲେ 

ପତ୍ରରସ ଉପକାରୀ,

ରସକୁ ପିଇଲେ ଝାଡା ଭଲ ହୁଏ

ବଡ଼ ଔଷଧିର ପରି।୬।


ଘର ଅଗଣାରେ ଡାଳିମ୍ବ ଗଛଟି

ବଡ଼ ଉପଯୋଗୀ ଜନେ

ପେଟ ପାଇଁ ଏହା ଅମୂଲ୍ୟ ଔଷଧି

ସର୍ବଦା ରଖିବା ମନେ।୭।



Rate this content
Log in