STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଡାକୁଥିଲେ ଯଦି ଆସୁଥାନ୍ତ ତୁମେ

ଡାକୁଥିଲେ ଯଦି ଆସୁଥାନ୍ତ ତୁମେ

1 min
268


ଡାକୁଥିଲେ ଯଦି ଆସୁଥାନ୍ତ ତୁମେ

 ଡାକୁଥାନ୍ତେ ସର୍ବେ ବସି 

ଦେଉଥିଲେ ଯଦି ଖାଉଥାନ୍ତ ତୁମେ 

ରୁହନ୍ତାନି କିଛି ବାସି 


ତମେ ହିଁ ଆସୁଛ ତୁମ ଇଛା ମୋତେ

 କେତେବେଳେ କେଉଁ ଭାବେ 

ସାଲବେଗ ଡାକ ଦାସିଆର ଭାବ

ତୁମ ଲୀଳା ମତେ ସର୍ବେ 



ପିନ୍ଧିଛି ଗେରୁଆ ଦେଉଛୁ ତୁଳସୀ

ନୈବେଦ୍ୟ ରେ କେତେ ଭୋଗ 

ଭକ୍ତି ରସ ଆମ ପାଇବକି କେବେ 

ପାଇବାକୁ ତୋର ସଙ୍ଗ


କହରେ କାଳିଆ କହ ରେ ବଳିଆ

କହ ତୁ ସୁଭଦ୍ରା ମାଈ

ବେଳକାଳ ମୋର ସରି ଆସିଲାଣି 

ସୁଖ ମୁଁ ଜାଣିଲି ନାହିଁ। 


ଏତେ ଦୁଃଖ କିମ୍ପା ଦେଉଥାଉ ମୋତେ 

ଦୁଃଖ ମୋର ସରୁ ନାହିଁ 

ସୁଖ ବୋଲି ଯେବେ ଦେଉଥାଉ ଟିକେ 

ଧରା ମୋତେ ଦିଏ ନାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍