STORYMIRROR

Sahadev Behera

Others Children

2  

Sahadev Behera

Others Children

ଡାକବାଲା

ଡାକବାଲା

1 min
163

 


ଡାକବାଲା ମୁଁ ଡାକବାଲା 

ଆଣିଛି ଚିଠି, ଡାକବାଲା 

ଖାକି ସାର୍ଟକୁ କାନ୍ଧରେ ଝୁଲା 

ପ୍ୟାଣ୍ଟ ପିନ୍ଧିଛି ହୁଏ ସେ ଢିଲା 

ଡାକବାଲା ମୁଁ ଡାକବାଲା ....ll 1


କେତେ ଭଳି ଚିଠି ଥାଏ ବ୍ୟାଗେ

ଜରୁରୀ ଚିଠିକୁ ଦିଅଇ ଆଗେ 

ଠକ୍ ଠକ୍ କରି କବାଟ ବାଡେ 

ପଡିଥାଏ ଯଦି ଦୁଆରେ ତାଲା 

ଡାକବାଲା ମୁଁ ଡାକବାଲା ....ll 2


ପୋଷ୍ଟକାର୍ଡ , ଅବା ଇନଲ୍ୟାଣ୍ଡ 

ଲଫାପା ହେଉ, ସେ ଉପହାର 

ଟେଲିଗ୍ରାମ ଅବା ମନିଅଡର 

ବାଣ୍ଟି ଦିଏ କେବେ ନ କରି ଢିଲା 

ଡାକବାଲା ମୁଁ ଡାକବାଲା .....Il3


ଘର ଘର ବୁଲି ଚିଠି ବାଣ୍ଟଇ

ଖରା ବରଷାକୁ ଡର ନଥାଇ

ଠିକଣା ଜାଗାରେ ପାର୍ସଲ ଦିଏ 

ଜଉ ମୁଦ ଥାଏ ନକରି ଖୋଲା 

ଡାକବାଲା ମୁଁ ଡାକବାଲା .....Il4


ଯେତେ ଯୋଗାଯୋଗ ହେଉ ଉନ୍ନତି 

ଇଣ୍ଟରନେଟ, ଫ୍ୟାକ୍ସ ଅବା ସ୍କାଇପି 

ମୋ ସେବାରେ ଲୋକେ ଖୁସି ହୁଅନ୍ତି 

ଡାକ ଶୁଣି ସର୍ବେ ଧାଇଁ ଆସନ୍ତି 

ଡାକବାଲା ମୁଁ ଡାକବାଲା .....Il5



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍