Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Others

2  

Baman Chandra Dixit

Others

ଡାକ ଶୁଣ ଠାକୁର

ଡାକ ଶୁଣ ଠାକୁର

1 min
289


ଡକା ପଡିଛି ଏ ସାରା ସଂସାର

ଡାକ ଶୁଣେ କଳା ସାଆନ୍ତ ମୋର ।

ଡେରି ଥାଏ କାନ ଆରତ ତ୍ରାଣ

ଡାକୁଥାଏ ଯେବେ ପତିତ ଜନ ।

ଡିମିରି ଆଖିଆ ଘନ କାଳିଆ

ଡାକ ଶୁଣେ କଳା ନିଳାଚଳିଆ ।

ଡାହାଣେ ଭଉଣୀ ହଳଦି ମୁହିଁ

ଡହ ଡହ ତେଜ କନକଦେହୀ ।

ଡର ଡରି ଯାଏ ଦେଖି ତେଜକୁ

ଡାକୁଥା ବଳିଆ ହଳ-ଭୁଜକୁ ।

ଡାଲାରେ ସଜେଇ ଭକତି ଫୁଲ

ଡାକୁଥା ଗଡେଇ ତୁଳସୀ ମାଳ ।

ଡମ୍ବରୁ-ଧର, ବେଦ-ପତି ଯା'ଙ୍କୁ

ଡାକୁ ଥାନ୍ତି ରମା-ପତି ସାହାକୁ ।

ଡଗର ଡଗର ନଗର ସାରା

ଡିଣ୍ଡିମ ବାଜଣା ବାଜେ ନାଗରା ।

ଡେଇଁ ଡେଇଁ ଗଲା କଳା କାଞ୍ଚନ

ଡୋରି ବାନ୍ଧି ଗଲା ଗୋପିନୀ ପ୍ରାଣ ।

ଡାହାଣା ଚାହାଣି ଜିଣେ ମରମ

ଡରି ମରେ ମନ ଭୁଲେ ଶରମ ।

ଡାକୁଥା ରେ ମନ ଜଗଦିଶକୁ

ଡର ନ ରହିବ କାଳଫାଶକୁ ।


Rate this content
Log in