STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଡାକ ଶୁଣ ଵୋଲି ଡାକୁଛି ତୁମକୁ

ଡାକ ଶୁଣ ଵୋଲି ଡାକୁଛି ତୁମକୁ

1 min
830


ଡାକ ଶୁଣ ଵୋଲି ଡାକୁଛି ତୁମକୁ

ମୋ ହୃଦେ ତୁମକୁ ବୋହି

ବଧିର ହେଲକି ଦୁଃଖ ଶୁଣିବାକୁ

ବିଶ୍ଵାସ ମୋ ହେଉ ନାହିଁ।

ଶୁଣ ମୋର ଡାକ ହେ ଦୀନ ବାନ୍ଧବ

ବନ୍ଧୁପଣ ତୁମ ଦେଇ ।


କାହିଁକି କରୁଛ ପର ପରି ମୋତେ

ଅଲୋଡା କରୁଛ କାହିଁ

ହୃଦୟରେ କେତେ ଖୋଜୁଛି ମୁଁ ତୋତେ

ଦେଖା ଦେଉନାହୁଁ ତୁହି

ଶୁଣ ମୋର ଡାକ ହେ ଦୀନ ବାନ୍ଧବ

ବନ୍ଧୁପଣ ତୁମ ଦେଇ


ଦେବୁ ବୋଲି ଆଶା କରୁଛି ପ୍ରତ୍ୟାଶା

ମନେ ମନେ ନିତି ଧ୍ୟାୟୀ

ଯେତେ ଚାହେଁ ତୋତେ ଅନ୍ତରେ ନିରତେ

ଧରି କାହିଁ ପାରୁ ନାହିଁ।

ଶୁଣ ମୋର ଡାକ ହେ ଦୀନ ବାନ୍ଧବ

ବନ୍ଧୁପଣ ତୁମ ଦେଇ


ଏତେ ଦୁଃଖ ପ୍ରଭୁ ରଖିଛକି ବାକି

ମୋ ବେଳକୁ ଦେବା ପାଇଁ

ଜଗତରେ ପ୍ରଭୁ ହେଲାକି ଏପରି

ମୋର ପରି କେହି ନାହିଁ

ଶୁଣ ମୋର ଡାକ ହେ ଦୀନ ବାନ୍ଧବ

ବନ୍ଧୁପଣ ତୁମ ଦେଇ


ବୁଝିବି କିପରି ତୋର ମାୟାପଥ

ତୋର ଠକପଣ ସାଇଁ

ତୋର ଠକପଣ ଜଗତେ ଉତ୍କର୍ଣ

ମୁଁ ଯାହା ହେଉଛି ବାଇ

ଶୁଣ ମୋର ଡାକ ହେ ଦୀନ ବାନ୍ଧବ

ବନ୍ଧୁପଣ ତୁମ ଦେଇ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍