ଡାହୁକ ଡାକେ
ଡାହୁକ ଡାକେ
1 min
206
ହୋ ଭଗତେ ହୋ
ରଥ ଯାଏ ଗଡି ଗଡି
ତିନି ରଥ ଚାଲେ ଧାଡି଼କି ଧାଡ଼ି
ଆଗକୁ ଆଗକୁ ମାଡି ।୧ା
ହୋ ଭଗତେ ହୋ
କାଳିଆ ମୁଣ୍ଡେ ଟାହିଆ
ଛାତି ସିନା ଖାଲି ଛପନ ଇଂଚିଆ
କାମଟା ବାର ଇଂଚିଆ ।୨ା
ହୋ ଭଗତେ ହୋ
ସ୍ୱଛ ଭାରତ ଅଭିଯାନ
ଟିକସ ଗଣିଲେ ନୁହେଁ ପରିଛନ୍ନ
ନାହିଁ ଆଉ ତାନମାନ ।୩ା
ହୋ ଭଗତେ ହୋ
କେନ୍ଦ୍ର ବଜେଟର ଖେଳ
ସେନସେକ୍ସ ଗଲା ଅତଳ ତଳ
ନିବେଶକ ପାଇଁ କାଳ ।୪ା
ହୋ ଭଗତେ ହୋ
ଅଡାନି ଅମ୍ବାନି ଆଦି
ଆଗକୁ ଧରିବେ ଶାସନ ଡୋରି
ବଢୁଛି ଦକ୍ଷିଣି ବ୍ୟାଧି ।୫ା
ହୋ ଭଗତେ ହୋ
ବାହୁଡା ଯାତ ଆସିବ
ଜନତାର କେବେ ବାହୁଡା ହେବ
ଅଛେ ଦିନଟା ଆସିବ ।୬ା
