STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଡାହୁକ ଡାକେ

ଡାହୁକ ଡାକେ

1 min
211

ହୋ ଭଗତେ ହୋ

ରଥ ଯାଏ ଗଡି ଗଡି

ତିନି ରଥ ଚାଲେ ଧାଡି଼କି ଧାଡ଼ି

ଆଗକୁ ଆଗକୁ ମାଡି ।୧ା

ହୋ ଭଗତେ ହୋ

କାଳିଆ ମୁଣ୍ଡେ ଟାହିଆ

ଛାତି ସିନା ଖାଲି ଛପନ ଇଂଚିଆ

କାମଟା ବାର ଇଂଚିଆ ।୨ା

ହୋ ଭଗତେ ହୋ

ସ୍ୱଛ ଭାରତ ଅଭିଯାନ

ଟିକସ ଗଣିଲେ ନୁହେଁ ପରିଛନ୍ନ

ନାହିଁ ଆଉ ତାନମାନ ।୩ା

ହୋ ଭଗତେ ହୋ

କେନ୍ଦ୍ର ବଜେଟର ଖେଳ

ସେନସେକ୍ସ ଗଲା ଅତଳ ତଳ

ନିବେଶକ ପାଇଁ କାଳ ।୪ା

ହୋ ଭଗତେ ହୋ

ଅଡାନି ଅମ୍ବାନି ଆଦି

ଆଗକୁ ଧରିବେ ଶାସନ ଡୋରି

ବଢୁଛି ଦକ୍ଷିଣି ବ୍ୟାଧି ।୫ା

ହୋ ଭଗତେ ହୋ

ବାହୁଡା ଯାତ ଆସିବ

ଜନତାର କେବେ ବାହୁଡା ହେବ

ଅଛେ ଦିନଟା ଆସିବ ।୬ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍