ଦ୍ବିତୀୟ ଇଶ୍ବର
ଦ୍ବିତୀୟ ଇଶ୍ବର
1 min
12.3K
ପିତାମାତା ରୂପେ ପାଳିଲ ପୋଷିଲ
ଗୁରୁ ରୂପେ ତୁମେ ଦେଖାଇଲ ବାଟ
ବନି ଚିକିତ୍ସକ ରଖିଲ ପରାଣ
କେମିତି ଵୁଝିବି ତୁମରି ନାଟ ।
ସକଳ ଘଟରେ ବିରାଜୁଛ ତୁମେ
ଚିକିତ୍ସକ ରୂପେ ପୁରା ନିଆରା
ସେ ସ୍ନେହ ଆଦର ରୋଗ ନିରାକରଣ
ନିଶ୍ଚୟ ଏତ ତୁମର ଲୀଳା।
ମହାମାରୀ ହେଉ ଆନ ବିପର୍ଯ୍ୟୟ
ଦିନରାତି ସେ ଲଢେ ଏମିତି
ସୀମାରେ ସୈନିକ ଭଳି ଥାଅ ସଜାଗ
ରୋଗୀ ରୋଗରୁ ହେବାଯାଏ ମୁକ୍ତି ।
ଜଗତ କୁହଇ ଦ୍ବିତୀୟ ଇଶ୍ଵର
କରୁଛି ମୁଁ ଦଣ୍ଡବତ
ଚିକିତ୍ସା ବଳରେ ସାଧଇ ଅସାଧ୍ୟ
ଜଗତେ ଉଡାଇ ନେତ।
