ଦୌଡ
ଦୌଡ
1 min
402
ସେଠି ଚାରିଦିନ ଧରି ଦୌଡ଼ ହେବ ,
କଲେଜ ବାର୍ଷିକ ଉତ୍ସବରେ ।
ପାଖରେ ଉଦ୍ ଘୋଷଣା ହେଉଥିବ !
ଅନେକ ଦେଖଣାହାରୀ ଥିବେ ,
ହେଲେ ମୁଁ ଭାଗ ନେଇ ନଥିବି ସେଇ ଦୌଡ଼ରେ !
ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଥିବେ ,
ଲହୁ ଲୁହ ଏକାଠି କରି ଧାଉଁଥିବେ ପ୍ରତିଯୋଗୀ ମାନେ ,
ଖାଲି ଗୋଟେ ଧାତୁର ମେଡାଲ ପାଇବା ଆଶାରେ !
ମୁଁ ବି ଧାଇଁ ଥିଲି ଦିନେ !
ଠିକ୍ ଏଇ ମାନଙ୍କ ପରି ,
କାହା ସହ ପ୍ରତିଯୋଗିତା କରି
ଜୀବନରେ ସଫଳ ହେବା ଆଶାରେ !
ହେଲେ କାହିଁ ସେଇ ଆଦିମ ସଫଳତା?
କାହିଁ ସେହି ଧାତୁର ମେଡାଲ ?
ଧାଇଁଥିବା ସେହି ଜୀବନ ଦୌଡ଼ରେ !
