ଦାୟିତ୍ୱ
ଦାୟିତ୍ୱ

1 min

163
ପିତା ମାତା ପରି ନାହିଁ କେ ଦେବତା
ଦୁନିଆ ଯାକରେ ପରା
ସେନେହ ଆଦର ମମତାର ମୂଲ
ବନ୍ଧା ଆମେ ସର୍ବେ ପରା ||
କର୍ତ୍ତବ୍ୟ କରନ୍ତି ନ ରଖି ମନରେ
ଟିକିଏ ବି ତାଙ୍କ ଆଶା
କର୍ତ୍ତବ୍ୟର ପଥେ ଚାଲି ଚାଲି ସିଏ
ମନରେ ନଥାଏ ନିରାଶା ||
ଦାୟିତ୍ୱ ତୁଲାନ୍ତି କର୍ତ୍ତବ୍ୟ କରନ୍ତି
ବଞ୍ଚିଥିବା ଯାଏ ସିଏ
କର୍ତ୍ତବ୍ୟର ମୂଲ କେହି ବୁଝନ୍ତିନି
ଲଦି ଦିଅନ୍ତି ଦୋଷ ସଭିଏଁ ||
ସନ୍ତାନ ପାଖରେ ହୁଅନ୍ତି ସର୍ବଦା
ଅବହେଳା ନିଜେ ନିଜେ
କାହିଁକି ଦାୟିତ୍ୱ ତୁଲାଇ କରିବେ
ନିଜର କର୍ତ୍ତବ୍ୟ ସମାଜେ ||
ଦୁନିଆ କହିବ ଦାୟିତ୍ୱ ତୁଲାଇ
ପିତା ମାତା ଗଲେ ମରି
ସନ୍ତାନ ପାଇଁକି ନିଜ ଜୀବନକୁ
ତିଳେ ତିଳେ ଦେଲେ ସାରି ||