ଦାସ ଡାକ ଶୁଣ ଦୀନବନ୍ଧୁ
ଦାସ ଡାକ ଶୁଣ ଦୀନବନ୍ଧୁ
• କବି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଦୀନ ଦୁଃଖୀ ଦୁଃଖ ଦେଖି ଦାମୋଦର
• ଦୟାର୍ଦ ହୃଦୟ ତୁମ
• ଦ୍ରବିଯାଏ ନାହିଁ ଦୟାସାଗର ହେ
• ଦେଖୁଛ ଚକାନୟନ ।।
• ଦାରୁଣ କଷଣ ଦୁଃଖୀ ଜନ ମନ
• ଦଳିଦିଏ ଦୟାନିଧି
• ଦୟା ସିନ୍ଧୁ ଦୀନବନ୍ଧୁ ମହାବାହୁ
• ଦେଇଛ ଦୁଃଖ ରେ ବାନ୍ଧି ।।
•
• ଦିନ ରାତି ଦୀନ ଦଇତାରୀ ନାମ
• ଦେବପଥ ଦେଖି ଦେଖି
• ଦୀପ ଦାନ କରି ଡାକଇ ଶ୍ରୀହରି
• ଦେଖୁନ ତେବେ ବି କିଛି ।।
• ଦୋଳାୟମାନ ଜୀବନ ନେଇ ପ୍ରାଣ
• ଦେହୁଡୀ ମୁହଁରେ ବସି
• ଦେଖ ଜନାର୍ଦ୍ଦନ ଦେବକୀନନ୍ଦନ
• ଦୁର୍ଦ୍ଧର ଦୁଃଖ ଭୋଗୁଛି ।।
•
• ଦୁରୂହ ଦୁର୍ଗତି ଦିଅ ଲକ୍ଷ୍ମୀ ପତି
• ଦେଵାଲିଆ କରିଦିଅ
• ଦୁରୁଦଣ୍ଡ ଏତେ ଦିଅ କିଆଁ ସତେ
• ବଡ଼ ଦେଉଳିଆ ଦିଅଁ ।।
• ଦହି ହୁଏ ମନ ଦୁର୍ବାର ଜୀବନ
• ଦୁଃସହ ହେଲାଣି ଆସି
• ଦୟାକରି ଦୀନେ ଦୀନବାନ୍ଧବ ହେ
• ଦଳି ଯେତେ ଦୁଃଖ ରାଶି ।।
•
• ଦିନାର୍ତ୍ତନାଶନ ଦୟା ସିନ୍ଧୁ ବନ୍ଧୁ
• ପ୍ରଫୁଲ୍ଲ ବିକଳ ଶୁଣି
• ଦେଖାଦେଇ ଦୁଃଖ ହରିବ ,ତୋ ପଦ
• ଦାସ, ଡାକେ ନୀଳମଣି ।।
• +++++++
