STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଦାନ୍ଦର

ଦାନ୍ଦର

1 min
219

ଘନ ଅନ୍ଧକାର ଘେରି ବସିଲାଣି,

କଳାହାଣ୍ଡି ମେଘ ଘଟି ଆସିଲାଣି,

ଘଡ୍ ଘଡି ସଙ୍ଗେ ବିଜୁଳି ଚମକ,

ଧରା ଚମକାଇ ଉଜ୍ବଲେ କ୍ଷଣିକ ll


ମେଘ ପରେ ମେଘ ଘର୍ଷଣ କରି,

ବିକଟାଳ ଶବ୍ଦେ ଧରା ଯାଏ ଥରି,

ଚେଗତି ଦାନ୍ଦର, ବେଢ଼ା ମୁଣ୍ଡେ ରୋପି,

ବାଳିଆ,ଭାକୁର ଜିଶ୍ଚେ ଯିବେ ଗୁପି ll


ରେଙ୍ଗଟି,ଚେଙ୍ଗଟି,ତୁରୁଞ୍ଜା ,ସିଙ୍ଗି,

କତରି,ଭୁଞ୍ଜି,ଭକୁଆ ,ସାରିଙ୍ଗି,

ଘୁଲି,କକଡ଼ା କୁ କେ ପଚାରେ ଆଉ,

ଚିଙ୍ଗିଡି, ସିଙ୍ଗି,ପିତା,ଥାଉ ଥାଉ ll


ଗୁଲା ରାତି ଜୈ ବାଲି ମୁଣ୍ଡା ହିଡେ,

ଛନେ ଛନେ ଜଗି,ଟାଟି ଧୀରେ ଝାଡେ,

ଝୁଲା ଟାଟି ତଳେ ଜୈ କୁଁଲାଇ,

ସୁକାଇ ଦେଲାନି ,ତାର ଡକ୍ରିଆଇ ll


ତୁରୁଞ୍ଜା ସୁକାଇ ବିକିଦେସି ହାଟେ,

ମାଗା ନାଈଁ ତାକେ, ନାଇ'ଦେ ବାଟେ ଘାଟେ,

କେଡେକ୍ ହରବର, ମାଚ ଧରିବାର,

ଆମର ଦେଶିଆ କୁଲେ ଭାରି ହରବର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍