STORYMIRROR

rasmi maye pati

Others

3  

rasmi maye pati

Others

ଦାନ ର ମାଝୀ

ଦାନ ର ମାଝୀ

1 min
223


ଭଗବାନଙ୍କ ସୃଷ୍ଟିର 

  ବୈଶିଷ୍ଟ୍ୟ ସ୍ଵତନ୍ତ୍ର

କିଏ ବଡ଼ କିଏ ସାନ

  ପ୍ରକୃତି ବିଚିତ୍ର।।।

ଛୋଟ ଜାତି ଛୋଟ କୁଳ

  ବାରି ହୋଇ ଯାଏ

ଅଛୁଆଁ ପଛୁଆ ବର୍ଗ

  ନାମରେ ବୋଲାଏ।।।

ତାଙ୍କ ବୁଦ୍ଧି ତାଙ୍କ ପେଶା

  ସବୁଠାରୁ ଭିନ୍ନ

ସମ୍ଭ୍ରାନ୍ତ ବଂଶୀୟ ବଡ଼ ବଡିଆ 

  ଠୁ ଭିନ୍ନ।।।।

ଦଳିତ ସେ ନିଷ୍ପେସିତ 

  ଅଭାବରେ ବନ୍ଧା

ସମସ୍ୟା ବହୁଳ ତାଙ୍କ

  ଜୀବନର ଧନ୍ଦା।।।।

ମଣିଷ ପଣିଆ କିନ୍ତୁ 

  ସେ ହୃଦରେ ଥାଏ

ବିପଦ ଆପଦ ବେଳେ

 ସହାୟ ସେ ହୁଏ।।

ସେ ନର ଉପରେ 

  ଭଗବାନ ପ୍ରିୟ ହୋଇ

ବଢାଇ ଦିଅନ୍ତି ହାତ 

  ସାହାଯ୍ୟର ପାଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍