STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

3  

ପ୍ରିୟଦର୍ଶିନୀ ମହାନ୍ତି

Others

ଦାମୀ ଉପହାର

ଦାମୀ ଉପହାର

1 min
113


ମୁଁ ବନ୍ଦିନୀ ହେବାକୁ 

ଚାହେଁ ତୁମର

ବାହୁ ବନ୍ଧନରେ,

ତୁମେ କିନ୍ତୁ 

ବନ୍ଧା ପକେଇଦିଅ

ବନ୍ଧୁଙ୍କ ଗହଣରେ।


ମୁଁ ଅବିଭକ୍ତ ରହି 

ସମୁଦାୟ ତୁମର 

ହେବାକୁ ଚାହେଁ,

ତୁମେ କିନ୍ତୁ 

ବିଭକ୍ତ କରିଦିଅ 

ସମୂହଙ୍କ ସଂଗେ।


ତୁମେ ଦଗା ଦେଇ

ଦାଗ କରି ଚାଲିଗଲ,

ମୁଁ ସେ ଦାଗକୁ 

ଦାମି ଉପହାର ଭାବି

ସାଇତି ଚାଲିଲି। 


ଆମ ପ୍ରେମ ଭିତରେ

ଫରକ ଏତିକି ଯେ,

ମୁଁ ସର୍ବସ୍ୱ ତ୍ୟାଗୀଦେଲି

ତୁମପାଇଁ...

ଆଉ ତୁମେ ସର୍ବହରା

କରିଦେଲ ଲୁଟିନେଇ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍