STORYMIRROR

Nayana Kumar Mohanta

Others

3  

Nayana Kumar Mohanta

Others

ଦାହ

ଦାହ

1 min
359


କଳା କିଟି-କିଟି ରାତିର ଆକାଶେ-

ତୋଫା ଜନ୍ହ,

କଳା-ଦେହ ତଳେ ସଫା-ମନ,###

ଲିଭି-ଲିଭି ଆସେ ସଂଜ-ସଳିତା,

ଘନେଇ-ଆସେ ଅଂଧାର,

ସହର-ତଳି ଝୁପୁଡି ଘର ମାନଂକ'ର

ବାତାୟନ-ପଥେ -

କ୍ଲାଂତି'ର ନିଃଶାୱସ,

ଶ୍ରମ-କ୍ଲାଂତ ଯଉବନ,

ସୁସୁପ୍ତ-ଖ୍ଯୁଧା ହୀନ....##

ଆଳସ୍ଯ କବଳିତ,

ଚର୍ବିଳ-ପ୍ରାସାଦ'ରେ ଯଉବନ-

        ପିପାସିତ,

ଅସୁମାରି କାମନା'ର ନିଆଁ, ###

ଅଂଧାର-ବୁକୁରେ,

ଗୋରା-ମଣିଷ ଗୁଡିକ,

ପାଲଟଯାଆନ୍ତି କଳା-କୃଷ୍ଣ,

ଛମ୍-ଛମ୍ ବାଜି-ଉଠେ ନୂପୁର,

ମନ-ବୃଂଦାବନେ,

ସହର-ତଳି ଝୁପୁଡି,

ପାଲଟିଯାଏ କେଳିକୁଞ୍ଜ ରାଧିକାର,

କଳା, ମୁଗୁନି-ପଥର ପରି ସୁ-ଡୌଲ ,

ଦେହ'ଗୁଡିକ,

ପାଲଟି'ଯାଂତି କନକ-ବରନା "ରାଧା"...::

ଅଂଧାର'ଟା କେଡେ ମହାନ ସତେ...??

କାଳି-ହୁଏ ଗୋରୀ,

ଗୋରା-ହୁଏ କଳା,

ପାତର-ଅଂତର ସିନା ଆଖି ଯୋଡିକ'ର...

ଅଂଧାର କର ହେ ପ୍ରଭୁ-

     ଆଖିରେ ମୋହର.....#####


Rate this content
Log in